ଓଡିଶା

odisha

ETV Bharat / state

ଭୁଲ କୋଭିଡ ରିପୋର୍ଟ ପାଇଁ ମହାପ୍ରଭୁଙ୍କ ସେବାରୁ ବଞ୍ଚିତ ସେବାୟତ - ସେବାୟତ

ଭୁଲ ରିପୋର୍ଟ ପାଇଁ ଜଣେ ସେବାୟକ ଶ୍ରୀଜିଉଙ୍କ ସେବାରୁ ବଞ୍ଚିତ ହୋଇଥିବା ସାଂଘାତିକ ଅଭିଯୋଗ ହୋଇଛି । ଏ ଅଭିଯୋଗ ଆଣିଛନ୍ତି ଶ୍ରୀମନ୍ଦିର ଘଣ୍ଟୁଆ ନିଯୋଗର ସଂପାଦକ ତଥା ଶ୍ରୀମନ୍ଦିର କାହାଳିଆ ସେବକ ସୁବାଷ ଚନ୍ଦ୍ର ମହାନ୍ତି । ଅଧିକ ପଢନ୍ତୁ...

ଭୁଲ ରିପୋର୍ଟ ପାଇଁ ମହାପ୍ରଭୁଙ୍କ ସେବାରୁ ବଞ୍ଚିତ ସେବାୟତ
ଭୁଲ ରିପୋର୍ଟ ପାଇଁ ମହାପ୍ରଭୁଙ୍କ ସେବାରୁ ବଞ୍ଚିତ ସେବାୟତ

By

Published : Jun 28, 2021, 9:18 AM IST

ପୁରୀ: ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅବହେଳା ଅଭିଯୋଗ । ଭୁଲ ରିପୋର୍ଟ ପାଇଁ ଜଣେ ସେବାୟତ ଶ୍ରୀଜିଉଙ୍କ ସେବାରୁ ବଞ୍ଚିତ ହୋଇଥିବା ସାଂଘାତିକ ଅଭିଯୋଗ ହୋଇଛି । ଏ ଅଭିଯୋଗ ଆଣିଛନ୍ତି ଶ୍ରୀମନ୍ଦିର ଘଣ୍ଟୁଆ ନିଯୋଗର ସଂପାଦକ ତଥା ଶ୍ରୀମନ୍ଦିର କାହାଳିଆ ସେବକ ସୁବାଷ ଚନ୍ଦ୍ର ମହାନ୍ତି ।

ଭୁଲ କୋଭିଡ ରିପୋର୍ଟ ପାଇଁ ମହାପ୍ରଭୁଙ୍କ ସେବାରୁ ବଞ୍ଚିତ ସେବାୟତ

ଘୋଷଯାତ୍ରାର ରୀତିନୀତି ପାଇଁ ସମସ୍ତ ସେବାୟତଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ସ୍ନାନଯାତ୍ରାରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଗତ ୨୨ ତାରିଖରେ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ରିପୋର୍ଟ ଆସିବା ପରେ ସେବକ ସୁବାଷ ଚନ୍ଦ୍ର ମହାନ୍ତି କୋଭିଡ ସଂକ୍ରମିତ ବୋଲି ସୂଚନା ମିଳିଥିଲା । ଏହା ପରେ ତାଙ୍କୁ ସ୍ନାନଯାତ୍ରାରୁ ବାରଣ କର।ଯାଇଥିଲା ।

କୋରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିବାରୁ ସେ ଏକ ଘରୋଇ ହସ୍ପିଟାଲରେ 24ରେ ଆଉ ଥରେ ପରୀକ୍ଷା କରିଥିଲେ । ରିପୋର୍ଟ ନେଗେଟିଭ ଆସିଥିଲା । ରିପୋର୍ଟକୁ ଶ୍ରୀମନ୍ଦିର ନିୟୋଜିତ ଥିବା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦେଖାଇଥିଲେ । ଅଧିକାରୀ ଏହି ରିପୋର୍ଟକୁ ଗ୍ରହଣ କରିନଥିଲେ । ମୋଚିସାହି କଲ୍ୟାଣ ମଣ୍ଡପରେ ପୁରୀ ଜିଲ୍ଲା ପ୍ରଶାସନର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୋଲାଯାଇଥିବା କୋଭିଡ ପରୀକ୍ଷା କେନ୍ଦ୍ରରେ ପୁଣି କୋଭିଡ ଟେଷ୍ଟ କରିଥିଲେ । ପରୀକ୍ଷାର ରିପୋର୍ଟ ଶନିବାର ଆସିଥିଲା ଯେଉଁଥିରେ ସେ କୋରୋନା ନେଗେଟିଭ ଥିବା ଉଲ୍ଲେଖ ରହିଥିଲା ।

ତେବେ ଦୁଇଦିନ ମଧ୍ୟରେ ତିନୋଟି ରିପୋର୍ଟ ମଧ୍ୟରୁ ଗୋଟିଏରେ ପଜେଟିଭ ଏବଂ ଅନ୍ୟ ଦୁଇଟିରେ ନେଗେଟିଭ କିପରି ହେଲା ବୋଲି ସେବାୟତ ଚିନ୍ତାରେ ପଡିବା ସହ ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି । ମାତ୍ର ସ୍ବାସ୍ଥ୍ୟ ଅଧିକାରୀ ଜଣଙ୍କ ସଠିକ ଉତ୍ତର ଦେଇ ନପାରି ସେଠାରୁ ପଳାଇଥିଲେ । ତେବେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଠିକ ଥିବାରୁ ଏବଂ ତାଙ୍କର କୌଣସି କୋରୋନା ଲକ୍ଷଣ ନଥିବାରୁ ପ୍ରଥମ ରିପୋର୍ଟ ଭୁଲଥିବା ସନ୍ଦେହ କରିଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ଭୁଲ କୋରୋନା ପରୀକ୍ଷା ରିପୋର୍ଟ କାରଣରୁ ସେ ମହାପ୍ରଭୁଙ୍କ ସେବାରୁ ବଞ୍ଚିତ ହେଲେ । ତେଣୁ ପ୍ରଶାସନ ଯଥାଶୀଘ୍ର ଏହାର ତଦନ୍ତ କରି ଭୁଲ ରିପୋର୍ଟ ଦେଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସେବାୟତ । ଯଦି ରଥଯାତ୍ରା ପୂର୍ବରୁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details