ଓଡିଶା

odisha

ETV Bharat / state

ହେତୁବାଦୀଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, ସେବାୟତ ସଙ୍ଘ ପକ୍ଷରୁ ଏତଲା - ପୁରୀ ନ୍ୟୁଜ୍

ସେବାୟତ ସଙ୍ଘ ପକ୍ଷରୁ ଏତଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ହେତୁବାଦୀଙ୍କ ଅଶାଳୀନ ମନ୍ତବ୍ୟ । ଏନେଇ ସିଂହଦ୍ଵାର ଥାନାରେ ଓଡିଶା ମନ୍ଦିର ସେବାୟତ ସଙ୍ଘ ଓ ଶ୍ରୀମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ଏତଲା । ଅଧିକ ପଢନ୍ତୁ

ହେତୁବାଦୀଙ୍କ ଆଶାଳୀନ ମନ୍ତବ୍ୟ, ସେବାୟତ ସଙ୍ଘ ପକ୍ଷରୁ ଏତଲା
ହେତୁବାଦୀଙ୍କ ଆଶାଳୀନ ମନ୍ତବ୍ୟ, ସେବାୟତ ସଙ୍ଘ ପକ୍ଷରୁ ଏତଲା

By

Published : Nov 14, 2022, 5:12 PM IST

ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ହେତୁବାଦୀଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ । ସେବାୟତ ସଙ୍ଘ ପକ୍ଷରୁ ଏତଲା । ଏନେଇ ସିଂହଦ୍ବାର ଥାନାରେ ଏତଲା । ଓଡିଶା ମନ୍ଦିର ସେବାୟତ ସଙ୍ଘ ଓ ଶ୍ରୀମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ପ୍ରଥମେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ ଓ ପରେ ସିଂହଦ୍ବାର ଥାନାରେ ଦିଆଯାଇଛି ଏତଲା ।

ହେତୁବାଦୀଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, ସେବାୟତ ସଙ୍ଘ ପକ୍ଷରୁ ଏତଲା

ଅନ୍ୟପଟେ ହେତୁବାଦୀଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବ୍ରାହ୍ମଣ ଓ ସେବାୟତ ସଂଘ । ନଚେତ୍ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନ୍ଦୋଳନ ଜୋରଦାର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ହିନ୍ଦୁ ଧର୍ମ ଓ ବ୍ରହ୍ମାଣ୍ଡର ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ହେତୁବାଦୀମାନେ ଦେଇଥିବା ଏଭଳି ଅଶାଳୀନ ମନ୍ତବ୍ୟକୁ ଆଉ ବରଦାସ୍ତ କରାଯିବ ନାହିଁ । ସଂସାରର ଧର୍ମ ରକ୍ଷକ ହେଉଛନ୍ତି ସେବାୟତ । ସେଥିପାଇଁ ଭଗବାନ ଆମମାନଙ୍କୁ ସେବାୟତ କୂଳରେ ଜନ୍ମ ଦେଇଛନ୍ତି । ତେଣୁ ହେତୁବାଦୀଙ୍କ ଏଭଳି ମନ୍ତବ୍ୟକୁ ନେଇ ସେବାୟତମାନେ ଆଉ ଚୁପ୍ ରହିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ:Lunar Eclipse Row: ଚନ୍ଦ୍ର ଗ୍ରହଣରେ ବିରିୟାନୀ, ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ

ଆଗାମୀ ଦିନରେ ସମସ୍ତ ସେବାୟତ ଏକତ୍ରିତ ହୋଇ ଧର୍ମ ଦ୍ରୋହିଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦେଇ ସାରା ରାଜ୍ୟରେ ହେତୁବାଦୀଙ୍କୁ ବିରୋଧ କରାଯିବ । ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ତରଫରୁ ଖୁବଶୀଘ୍ର ହେତୁବାଦୀଙ୍କ ବିରୋଧରେ ବିଶାଳ ସମାବେଶ କରାଯିବ ବୋଲି ସେବାୟତ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ହେତୁବାଦୀଙ୍କ ବିବାଦୀୟ ବୟାନ, ଥାନାରେ ଏତଲା

ଏନେଇ ବରିଷ୍ଠ ସେବାୟତ କାଶୀନାଥ ଖୁଣ୍ଟିଆ କହିଛନ୍ତି, " ହେତୁବାଦୀ ମାନେ ଭୁବନେଶ୍ବରରୁ ଆଣ୍ଠେଇ ଆସି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ଯଦି ସେମାନେ କ୍ଷମା ନ ମାଗନ୍ତି ତାହାଲେ ଆମେ ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବୁ । ଏଥିସହ ଆଗାମୀ ଦିନରେ କୌଣସି ହେତୁବାଦୀଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦେବୁ ନାହିଁ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details