ଓଡିଶା

odisha

By

Published : Jun 29, 2020, 1:34 PM IST

ETV Bharat / state

ବାହୁଡାଯାତ୍ରା ପାଇଁ ପୁରୀରେ ଆରମ୍ଭ ହୋଇଛି ସେରୋଲୋଜିକାଲ୍ ଟେଷ୍ଟ: ILS ନିର୍ଦ୍ଦେଶ

ଆଗକୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରଥମ ପ୍ରାଥମିକତା ଦିଆଯାଇ ସେରୋଲଜିକାଲ ଟେଷ୍ଟ ଆରମ୍ଭ କରାଯାଇଛି । ଏହା ପରେ ଭୁବନେଶ୍ବରରେ ଏହି ଟେଷ୍ଟ ଆରମ୍ଭ ହେବ । ଅଧିକ ପଢନ୍ତୁ...

Serological test starts in puri for bahuda yatra
ବାହୁଡାଯାତ୍ରା ପାଇଁ ପୁରୀରେ ଆରମ୍ଭ ହୋଇଛି ସେରୋଲୋଜିକାଲ୍ ଟେଷ୍ଟ: ILS ନିର୍ଦ୍ଦେଶ

ଭୁବନେଶ୍ବର: ପୁରୀରେ ଆରମ୍ଭ ହୋଇଛି ସେରୋଲଜିକାଲ ଟେଷ୍ଟ । ଆଗକୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରାଥମିକତା ଦିଆଯାଉଛି । ଏହା ପରେ ଭୁବନେଶ୍ବରରେ ଏହି ଟେଷ୍ଟ ଆରମ୍ଭ ହେବ । ଧୀରେ ଧୀରେ ଗଞ୍ଜାମ, ଗଜପତି, ବଡ଼ମ୍ବା, ନରସିଂହପୁରରେ ମଧ୍ୟ ଏହି ଟେଷ୍ଟ କରାଯିବ ।

ତେବେ ଏହି ଟେଷ୍ଟ ସହ ରାଜ୍ୟ ସରକାର ମଗାଇଥିବା 50 ହଜାର କିଟ ଆସିବା ପରେ ଲୋକଙ୍କ ଆଣ୍ଟିବଡି ଓ ଆଣ୍ଟିଜେନ ଟେଷ୍ଟ କରାଯିବ । ଯେଉଁଥିରେ କେତେ ଜଣଙ୍କ ଠାରେ ଏହି ଆଣ୍ଟିବଡିର ବିକାଶ ହୋଇଛି ତାହା ଜଣାପଡିବ ।

ସେପଟେ ଆଇଏଲଏସ ରାଜ୍ୟରେ ଜେନମ ଷ୍ଟଡି କରିସାରିଛି । ଆଇଏଲଏସ ନିର୍ଦ୍ଦେଶ ଅଜୟ ପରିଡା କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗୃହୀତ 228ଟି ଷ୍ଟ୍ରେନ (ସାମ୍ପଲ)କୁ ଆମେ ପରୀକ୍ଷା କରିଛୁ । ଝାଡ଼ଖଣ୍ଡ ଓ ଛତିଶଗଡ଼ ନମୁନା ବି ପରୀକ୍ଷା କରିଛୁ। କେବଳ ଆନାଲିସିସ ବାକି ଅଛି । ଜୁଲାଇ ମାସ 10 ତାରିଖରୁ ଝାରସୁଗୁଡା, ଅନୁଗୁଳ, ପୁରୀ, କେନ୍ଦୁଝର ସମେତ 5 ଟି ସ୍ଥାନରେ ପରୀକ୍ଷା ହେବ । ଏବେ 5 ହଜାର 500 ରୁ 6000 ପରୀକ୍ଷା ହେଉଛି । କୋରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ଭୂତାଣୁ ଆକ୍ରାନ୍ତ କରିବ କି ନାହିଁ ସେ ନେଇ ଇମନୋଲୋଜି ଅଧ୍ୟୟନ କରାଯାଇଛି । ସୁସ୍ଥ ହେବା ପରେ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧ ଶକ୍ତି କେତେ ବଢିଛି ସେ ନେଇ ମଧ୍ୟ ଅଧ୍ୟୟନ ହେବ । ଲୋକେ ଏବେ ରିଲାକ୍ସ ହୋଇ ଗଲେଣି । ଏହି ପ୍ରାଣଘାତକ ମହାମାରୀରୁ ଦୂରେଇ ରହିବାକୁ ଲୋକଙ୍କୁ ନିଜେ ସତର୍କ ରହିବାକୁ ପଡିଛି । ସ୍ଥାନୀୟ ସ୍ଥିତିକୁ ଦେଖି ସଟଡାଉନ କରାଯିବ ଉଚିତ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details