ପୁରୀ: ଶ୍ରୀମନ୍ଦିର ପରିଚଳନା କମିଟିର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ଆଜି (ରବିବାର) ପରଲୋକ ଘଟିଛି । ଗତ କିଛିଦିନ ତଳେ ସେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହେଲାପରେ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ।
ତେବେ ଆଜି ସକାଳେ ହଠାତ ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନେଇଯାଇଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ସେବାୟତ ମହଲରେ ଶୋକର ଛାୟା ଖେଳିଯାଇଛି । ଗତ କିଛି ଦିନ ହେବ ଶ୍ରୀମନ୍ଦିରରେ 370ରୁ ଅଧିକ ସେବାୟତ କୋଭିଡରେ ଅକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ 5ରୁ 7 ଜଣ ସେବାୟତ ମଧ୍ୟ କୋଭିଡରେ ପ୍ରାଣ ହରାଇଲେଣି।