ପୁରୀ: ପ୍ରଥମଥର ପାଇଁ ପ୍ରକୃତିର ତାଣ୍ଡବକୁ ଅତି ପାଖରୁ ଦେଖିଛନ୍ତି ପୁରୀବାସୀ । ଚାରିଆଡେ କେବଳ ଧ୍ବସଂବିଧ୍ବସ୍ତ ରୂପ । ଫନି ଯାହା ଦେଇ ଯାଇଛି, ତାକୁ ହୁଏତ କେବେ ଭୁଲି ପାରିବେନି ପୁରୀବାସୀ । ଫନି ପ୍ରଭାବରେ ଯେଉଁ ସବୁ କ୍ଷତି ହୋଇଛି, ତାହା ଅପୂରଣୀୟ । ବଡଦାଣ୍ଡ, ସମୁଦ୍ରକୂଳ, ମାଳତୀପୁର ବସଷ୍ଟାଣ୍ଡ, ହେଉ ଅବା ସହର । ସବୁଠି ତାଣ୍ଡବ ରଚି ଫେରି ଯାଇଛି ବାତ୍ୟା ଫନି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ