ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ସୁରକ୍ଷା ଜୋନ ପ୍ରସଙ୍ଗ: ଦେଢ ମାସରେ ଶେଷ ହେବ ଜମି ଅଧିଗ୍ରହଣ ପ୍ରକ୍ରିୟା - ଶ୍ରୀମନ୍ଦିର ସୁରକ୍ଷା ଜୋନ ପ୍ରସଙ୍ଗ

ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଆସୁଥିବା ବିଭିନ୍ନ ଘରୋଇ ପ୍ଲଟ ଓ ଲଜର ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ବର୍ତ୍ତମାନ ସୁଦ୍ଧା 23 ଜଣ ନିଜ ପ୍ଲଟ୍ ପ୍ରଶାସନକୁ ହସ୍ତାନ୍ତର କରିଥିବାବେଳେ ଗୋଟିଏ ଲଜ୍‌ ମଧ୍ୟ ନିଜ ଜମି ପ୍ରଶାସନକୁ ହସ୍ତାନ୍ତର କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Nov 4, 2019, 9:37 PM IST


ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ବିଭିନ୍ନ ଘରୋଇ ପ୍ଲଟ ଓ ଲଜର ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା 23 ଜଣ ନିଜ ପ୍ଲଟ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ଗୋଟିଏ ଲଜ ମଧ୍ୟ ନିଜ ଜମି ପ୍ରଶାସନକୁ ହସ୍ତାନ୍ତର କରିଛି । ଆଗାମୀ 3ରୁ 4 ଦିନ ମଧ୍ୟରେ ଆଉ 3ଟି ଲଜ ନିଜ ଜମି ହସ୍ତାନ୍ତର ପାଇଁ ମଞ୍ଜୁରୀ ଦେଇଛନ୍ତି।

ଶ୍ରୀମନ୍ଦିର ଭିତର ସେବାୟତ ନିଯୋଗରୁ 16ଟି ନିଯୋଗ ନିଜ ଜମି ସରକାରଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ବଗଲା ଧର୍ମଶାଳା ପରେ ଉଚ୍ଛେଦ ହେଉଥିବା ଲଜକୁ ସେହି ସ୍ଥାନରେ ଥଇଥାନ କରାଯିବ। ସେହିପରି ଶ୍ରୀମନ୍ଦିର ଭିତର ସେବାୟତ ନିଯୋଗକୁ ମଧ୍ୟ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ବିସ୍ଥାପନ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ 185ଟି ଘରୋଇ ପ୍ଲଟ୍‌ ରହିଛି। ଯେଉଁଭଳି ଭାବେ ଲୋକେ ପ୍ରଭୁ ଜଗନ୍ନାଥଙ୍କ ସେବା ପାଇଁ ନିଜ ଜମି ହସ୍ତାନ୍ତର କରୁଛନ୍ତି, ଅନ୍ୟମାନେ ମଧ୍ୟ ସେହିଭଳି ଭାବେ ଆଗେଇ ଆସି ନିଜ ଜମି ସରକାରଙ୍କୁ ହସ୍ତାନ୍ତର କରିବେ ବୋଲି ଆଶା ରଖିଛନ୍ତି ପୁରୀ ଜିଲ୍ଲାପାଳ । ଦେଢ଼ ମାସ ଭିତରେ ସମସ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବ ବୋଲି ଅନୁମାନ ରହିଛି। ଏହି କାମରେ ଲୋକଙ୍କୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details