ପୁରୀ:ରାତି ପାହିଲେ ବଡ଼ ଦିନ ବା ଖ୍ରୀଷ୍ଟମାସ ଡେ' । ବର୍ଷର ଏହି ଶେଷ ପର୍ବକୁ ପାଳନ କରିବା ଲାଗି ଲୋକଙ୍କ ମନରେ ପ୍ରବଳ ଉତ୍ସାହ । ଏଥିଲାଗି ଶ୍ରୀକ୍ଷେତ୍ର ପୁରୀ ସହରରେ ଜମିଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ବର୍ଷ ଶେଷ ହୋଇ ଆସୁଥିବା ବେଳେ ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ବେଶ ଉତ୍ସାହ ରହିଛି । ନବବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବର୍ଷ ଆରମ୍ଭ କରିବା ଲାଗି ପୁରୀରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଲୋକେ ଆସି ପହଞ୍ଚୁଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଆସନ୍ତା ନୂଆ ବର୍ଷ ନିଜ ପରିବାର, ବନ୍ଧୁ ବର୍ଗ ସମେତ ସାରା ବିଶ୍ଵବାସୀଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ସମସ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥାଆନ୍ତି । ତେବେ ଖ୍ରୀଷ୍ଟମାସ୍ ଡେ' ଛୁଟି ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେଉଛି । ଏଥିପାଇଁ ବଡ଼ ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ ଦେଖିବକୁ ମିଳୁଛି । ତେବେ ନୂଆ ବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସମସ୍ତେ ପ୍ରାର୍ଥନା କରିବା ଉଚିତ ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି । ସୁଦୂର କୋଲକାତାରୁ ଆସିଥିବା ଭକ୍ତ କହିଛନ୍ତି ପୁରୀ ହେଉଛି ସେମାନଙ୍କ ପ୍ରଥମ ପସନ୍ଦ । ଏଠାରେ ସୁନ୍ଦର ବେଳାଭୂମି ସହ ମହାପ୍ରଭୁ ବିରାଜମାନ କରୁଛନ୍ତି । ଏଣୁ ବଡ଼ଦିନ ଛୁଟି ଥିବାରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ପୁରୀ ଆସିଛନ୍ତି ।
ଏହା ବି ପଢନ୍ତୁ- ପାଖେଇ ଆସୁଛି ଖ୍ରୀଷ୍ଟମାସ: ସଜେଇ ହେଲାଣି ପର୍ଯ୍ୟଟନ ସହର ପୁରୀ, ହୋଟେଲରେ ବ୍ୟାପକ ବ୍ୟବସ୍ଥା