ଓଡିଶା

odisha

ETV Bharat / state

ପିପିଲି ଫାଇଟ: ଆକ୍ସନ ମୁଡରେ ଫ୍ଲାଇଂ ସ୍କ୍ବାର୍ଡ, ସୁରକ୍ଷା ବ୍ୟବସ୍ଥା କଡାକଡି - pipili by elcection update

ଆଗକୁ ପିପିଲି ଉପନିର୍ବାଚନ ଥିବାବେଳେ ଆକ୍ସନ ମୋଡରେ ପୁରୀ ପୋଲିସ । ଫ୍ଲାଇଂ ସ୍କ୍ବାର୍ଡ ରଖିଛି ସ୍ଥିତି ଉପରେ ନଜର । ଅଧିକ ପଢନ୍ତୁ....

ପିପିଲୀ ଉପନିର୍ବାଚନ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି, ସ୍ଥିତି ଉପରେ ନଜର ରଖିଛି ଫ୍ଲାଇଂ ସ୍କ୍ବାର୍ଡ
ପିପିଲୀ ଉପନିର୍ବାଚନ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି, ସ୍ଥିତି ଉପରେ ନଜର ରଖିଛି ଫ୍ଲାଇଂ ସ୍କ୍ବାର୍ଡପିପିଲୀ ଉପନିର୍ବାଚନ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି, ସ୍ଥିତି ଉପରେ ନଜର ରଖିଛି ଫ୍ଲାଇଂ ସ୍କ୍ବାର୍ଡ

By

Published : Apr 1, 2021, 6:12 PM IST

ପୁରୀ: ଆଗକୁ ପିପିଲି ଉପନିର୍ବାଚନ ଥିବାବେଳେ ଅପରାଧ ଓ ଭୟମୁକ୍ତ ନିର୍ବାଚନ ପ୍ରକ୍ରିୟା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଗାଡି ଚେକିଂ କରାଯିବା ସହ ସମ୍ବେଦନଶୀଳ ବୁଥ ଗୁଡିକରେ କିଭଳି କଡା ନିରାପତ୍ତା ବ୍ୟବସ୍ଥା ହୋଇପାରିବ ସେ ନେଇ ତତ୍ପର ହୋଇଛି ଜିଲ୍ଲା ପୋଲିସ ପ୍ରଶାସନ ।ପୁରା ନିର୍ବାଚନ ପ୍ରକ୍ରିୟାରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରଖିବା ପାଇଁ ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି।

ପିପିଲୀ ଉପନିର୍ବାଚନ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି, ସ୍ଥିତି ଉପରେ ନଜର ରଖିଛି ଫ୍ଲାଇଂ ସ୍କ୍ବାର୍ଡ

ଅସାମାଜିକ ବ୍ୟକ୍ତି ଓ ଅଭ୍ୟାସଗତ ଅପରାଧୀଙ୍କ ଉପରେ କଡା ନଜର ରଖାଯାଇଛି । ପୁରୀ ଏସପି କେ ବିଶାଳ ସିଂଙ୍କ ନିର୍ଦ୍ଦେଶ କ୍ରମେ ପିପିଲି , ଡେଲାଙ୍ଗ, ବଳଙ୍ଗା ଓ ସତ୍ୟବାଦୀ ଥାନା ପକ୍ଷରୁ ଅପରାଧୀ ଦମନ ଅଭିଯାନ ଜୋରଦାର ହୋଇଛି। ଏହି କ୍ରମରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପେସାଦାର ଅପରାଧୀଙ୍କୁ ଗିରଫ କରାଯାଇଛି।

ପୁରୀ ପୋଲିସର ସୂଚନା ଅନୁଯାୟୀ ମୋଟ 504 ଜଣକ ନାମରେ 107 ଦଫା ରେ ମାମଲା କରାଯାଇଛି। ସେହିପରି 25 ଜଣ ଅପରାଧିଙ୍କୁ 110 ଦଫାରେ ଗିରଫ କରାଯାଇଛି। 73 ଜଣଙ୍କ ନାଁ ଜାମିନ ବିହୀନ ୱାରେଣ୍ଟ କରାଯାଇଥିବାବେଳେ 35 ଜଣଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇଛି। ପିପିଲି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରବେଶ ପଥରେ ପୋଲିସ ମୁତୟନ କରାଯାଇ ଯାଞ୍ଚକୁ କଡାକଡି କାରଯାଇଛି । ଅସନ୍ତା 17 ତାରିଖରେ ପିପିଲିରେ ଉପ ନିର୍ବାଚନ ହେବ । ତେବେ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ପୋଲିସର ଏ ଅଭିଯାନ ଜୋରଦାର କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details