ଓଡିଶା

odisha

ETV Bharat / state

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡାକଡି

ଆସନ୍ତା 22 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ନିରାପତ୍ତା ବ୍ୟବସ୍ଥାର ଘନ ଘନ ସମୀକ୍ଷା କରାଯାଉଛି। ଅଧିକ ପଢନ୍ତୁ...

By

Published : Mar 18, 2021, 4:52 PM IST

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡାକଡି
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଆସନ୍ତା 22 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ନିରାପତ୍ତା ବ୍ୟବସ୍ଥାର ଘନ ଘନ ସମୀକ୍ଷା କରାଯାଉଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ ଏସପି ଶ୍ରୀମନ୍ଦିର ଯାଇ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥିତି ସମୀକ୍ଷା କରିଛନ୍ତି। କେଉଁ ଯାଗାରେ କେଉଁ କେଉଁ ବ୍ୟକ୍ତି ବିଶେଷ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ସେନେଇ ସମୀକ୍ଷା କରିଛନ୍ତି ଏସପି।

ସେହିପରି ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ଶ୍ରୀମନ୍ଦିର ବାହାରେ , ଶ୍ରୀମନ୍ଦିର ଭିତର ବେଢା ଓ ଶ୍ରୀମନ୍ଦିର ଭିତରେ ମଧ୍ୟ ସୁରକ୍ଷା ବାହିନୀ ମୁତୟନ ହେବେ।

ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ତଥା ବ୍ଲୁ ବୁକ ଗାଇଡ଼ ଲାଇନ ଅନୁଯାୟୀ ସବୁ କିଛି ସୁରକ୍ଷା ବ୍ୟବସ୍ଥା ହେବ। ସେହିପରି ପୁରୀର ତାଳ ବଣିଆ ହେଲିପ୍ୟାଡ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମସ୍ତ ରାସ୍ତାରେ କଡା ନିରାପତ୍ତା ବ୍ୟବସ୍ଥା ସହ ବ୍ୟାରିକେଡ଼ ବ୍ୟବସ୍ଥା ହେବ।

ଅନ୍ୟପଟେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବା NSG ଟିମକୁ ପୁରୀ ପୋଲିସ ସହଯୋଗ କରିଛି। NSG ପକ୍ଷରୁ ପ୍ରତିବର୍ଷ ଏଭଳି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରାଯାଇଥାଏ। ତେବେ NSG ପକ୍ଷରୁ ପୁରୀ ପୋଲିସକୁ ଯାହା କିଛି ପରାମର୍ଶ ଦିଆଯିବ ତାହା ପାଳନ କରାଯିବ ବୋଲି ପୁରୀ ଏସପି କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details