ଓଡିଶା

odisha

By

Published : Jun 2, 2020, 4:28 PM IST

ETV Bharat / state

ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଲାଗୁ ହେବ 144 ଧାରା

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ନେଇ ବଡ଼ ନିଷ୍ପତ୍ତି । ସ୍ନାନଯାତ୍ରା ପୂର୍ବଦିନ ଅର୍ଥାତ 4 ତାରିଖ ରାତି 10ଟାରୁ 6 ତାରିଖ ଦିନ 2ଟା ଯାଏଁ ଶ୍ରୀମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲାଗୁ କରାଯିବ 144 ଧାରା । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଲାଗୁ ହେବ 144 ଧାରା
ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଲାଗୁ ହେବ 144 ଧାରା

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ନେଇ ବଡ଼ ନିଷ୍ପତ୍ତି । ସ୍ନାନପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରରେ 144 ଧାରା ଲାଗୁ କରାଯିବା ନେଇ ଶ୍ରୀମନ୍ଦିର ନୀତି କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବଦିନ ଅର୍ଥାତ 4 ତାରିଖ ରାତି 10ଟାରୁ 6 ତାରିଖ ଦିନ 2ଟା ଯାଏଁ 144 ଧାରା ବଳବତ୍ତର ରହିବ । ତେବେ ପୁରୀର ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏଁ ଓ ଶ୍ରୀମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏହି 144 ଧାରା ଜାରି ହେବ ବୋଲି ସୂଚନା ଦିଆଯାଇଛି ।

ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଲାଗୁ ହେବ 144 ଧାରା

ସ୍ନାନ ପୂର୍ଣ୍ଣିମାରେ ଲୋକଙ୍କ ଗହଳିକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । କୋରୋନା ସଂକ୍ରମଣ ରୋକିବା ପାଇଁ ଏହି ନିୟମ ଲାଗୁ ହେବ । ତେବେ ଏଥର ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏ ପର୍ଯ୍ୟନ୍ତ 700 ଜଣଙ୍କର କୋଭିଡ ଟେଷ୍ଟ ହୋଇସାରିଲାଣି । ଦଇତାପତି ନିଯୋଗ, ସୁଆର ନିଯୋଗ, ଗରାବଡୁ ନିଯୋଗ, ରଥ ନିର୍ମାଣରେ ଥିବା ସେବକ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମିଶାଇ 700 ଜଣଙ୍କ ସ୍ବାବ ସଂଗ୍ରହ ହୋଇ କୋଭିଡ ଟେଷ୍ଟ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details