ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ୧୪୪ ଧାରା ଜାରି: କାଉଁରିଆ ଜାଳିବା ମନା, ଖାଁ ଖାଁ ବଡଦାଣ୍ଡ - ପୟା ଶ୍ରାଦ୍ଧ

ଦୀପାବଳିରେ ଶ୍ରୀମନ୍ଦିରରେ ୧୪୪ ଧାରା ଜାରି । କାଉଁରିଆ କାଠି ଜାଳିବା ଉପରେ କଟକଣା ଲାଗୁ ହେବା ସହ ସାଧାରଣ ଦର୍ଶନ ବନ୍ଦ ରହିଛି । ଅଧିକ ପଢନ୍ତୁ...

ଆଜି ଶ୍ରୀମନ୍ଦିରରେ ୧୪୪ ଧାରା ଜାରି,  ଖାଁ ଖାଁ ମନ୍ଦିର ଚତୁଃପାର୍ଶ୍ବ
ଆଜି ଶ୍ରୀମନ୍ଦିରରେ ୧୪୪ ଧାରା ଜାରି, ଖାଁ ଖାଁ ମନ୍ଦିର ଚତୁଃପାର୍ଶ୍ବ

By

Published : Nov 4, 2021, 9:33 AM IST

Updated : Nov 4, 2021, 9:53 AM IST

ପୁରୀ: ଆଜି ଆଲୋକର ପର୍ବ ଦୀପାବଳି ଅମାବାସ୍ୟା । ଆଜିର ଦିନରେ ସିଂହଦ୍ବାର ସମ୍ମୁଖରେ ପିତୃପୁରୁଷଙ୍କ ଉଦେଶ୍ୟରେ ଶହଶହ ଲୋକ କାଉଁରିଆ କାଠି ଜାଳି ବଡ଼ ବଡୁଆ ଡାକିଥାନ୍ତି । ହେଲେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ଏନେଇ ଆଜି ସିଂହଦ୍ବାର ଓ ଏହାର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି । ଆଜି ଭୋର ୪ଟାରୁ ଏହି କଟକଣା ଲାଗୁ ହୋଇଥିବା ବେଳେ ମଧ୍ୟରାତ୍ର ପର୍ଯ୍ୟନ୍ତ ସିଂହଦ୍ବାର ଓ ମନ୍ଦିର ଚାରିପାଖ ଏହା ବଳବତ୍ତର ରହିବ। ଅନ୍ୟପଟେ ଭିଡକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ମଧ୍ୟ ବାରଣ କରାଯାଇଛି ।

ଶ୍ରୀମନ୍ଦିରରେ ୧୪୪ ଧାରା ଜାରି

ସେପଟେ ଅମାବାସ୍ୟା ଅବସରରେ ଆଜି ମହାପ୍ରଭୁଙ୍କ ସାଗର ବିଜେ ନୀତି ଅନୁଷ୍ଠିତ ହେବ । ତେବେ ପିତୃପକ୍ଷ, ମହାଳୟାରେ ଯେଉଁ ମାନେ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କୌଣସି ସମସ୍ୟା କାରଣରୁ ଦେଇ ପାରିନଥାନ୍ତି ଆଜି ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଆଜି ଦିନକୁ ମଧ୍ୟ ପୟା ଶ୍ରାଦ୍ଧ କୁହାଯାଏ । ତେବେ ଶ୍ରୀମନ୍ଦିର ସମୁଖରେ ୧୪୪ ଧାରା ଜାରି ମନ୍ଦିର ସମ୍ପୂର୍ଣ୍ଣ ଖାଁ ଖାଁ ରହିଛି ।

ପ୍ରତିବର୍ଷ ଦୀପାବଳି ଅବସରରେ କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନ ସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ଓ କୋଭିଡ କଟକଣା ଉଲ୍ଲଘଂନ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି । ଏ ସଂକ୍ରାନ୍ତରେ ଉପ ଜିଲ୍ଲାପାଳ ଭବତାରଣ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିପରି ବନ୍ଦ ସମୟରେ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶାନୁମତି ରହିବ । ଜରୁରୀକାଳୀନ ସେବା ପୂର୍ବଭଳି ମଧ୍ୟ ଜାରି ରହିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 4, 2021, 9:53 AM IST

ABOUT THE AUTHOR

...view details