ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥ କାଠ । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ଆସି ରଥ ଖଳାରେ ପହଞ୍ଚିଛି । ତେବେ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ୧୮ ଖଣ୍ଡ ମଧ୍ୟରୁ ୧୨ ଫୁଟର ଅସନ ଓ ଧଉରା ୫ ଖଣ୍ଡ ସହ ୨୦ ଫୁଟ ଲମ୍ବର ଅସନ ଓ ଧଉରା ୧୩ ଖଣ୍ଡ କାଠ ଆସି ପହଞ୍ଚିଛି ।
Ratha Yatra 2022: ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ - ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥ କାଠ
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ଆସି ରଥ ଖଳାରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ
ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥ କାଠ
ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥ କାଠ
ତେବେ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତ ବର୍ଷ ୮୦ ଖଣ୍ଡ କାଠ ବଳକା ରହିଛି । ରଥ ନିର୍ମାଣ ପାଇଁ ମୋଟ ଆଉ ୭୮୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୧ ଖଣ୍ଡ କାଠ ରଥଖଳାରେ ପହଞ୍ଚି ସାରିଛି । ଆଉ ବଳକା ୭୦୪ ଖଣ୍ଡ କାଠ ଖୁବ ଶୀଘ୍ର ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆସି ପହଞ୍ଚିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ