ଓଡିଶା

odisha

ETV Bharat / state

କୋଣାର୍କରେ ଚାଲିଛି ପକ୍ଷୀ ଗଣନା, ବାଧକ ସାଜୁଛି ଘନ କୁହୁଡି - migratory bird census

Dense fog affects annual bird census: ଅସ୍ତରଙ୍ଗ ବନ୍ୟ ପ୍ରାଣୀ ଡିଭିଜନ ପକ୍ଷରୁ କୋଣାର୍କ ଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ତେବେ ପ୍ରବଳ ଘନ କୁହୁଡି ଯୋଗୁଁ ପକ୍ଷୀ ଗଣନା ହୋଇଛି ବାଧାପ୍ରାପ୍ତ । ଅଧିକ ପଢନ୍ତୁ

କୋଣାର୍କରେ ଚାଲିଛି ପକ୍ଷୀ ଗଣନା, ହେଲେ ବାଧକ ସାଜୁଛି ଘନ କୁହୁଡି
କୋଣାର୍କରେ ଚାଲିଛି ପକ୍ଷୀ ଗଣନା, ହେଲେ ବାଧକ ସାଜୁଛି ଘନ କୁହୁଡି

By ETV Bharat Odisha Team

Published : Jan 10, 2024, 5:28 PM IST

କୋଣାର୍କରେ ଚାଲିଛି ପକ୍ଷୀ ଗଣନା, ହେଲେ ବାଧକ ସାଜୁଛି ଘନ କୁହୁଡି

କୋଣାର୍କ: ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ଶୀତକାଳୀନ ବିଦେଶାଗତ ପକ୍ଷୀମାନଙ୍କ ଗଣନା କାର୍ଯ୍ୟକ୍ରମ । ଏହି କ୍ରମରେ ପୁରୀ ଜିଲ୍ଲାରେ ଅସ୍ତରଙ୍ଗ ବନ୍ୟ ପ୍ରାଣୀ ଡିଭିଜନ ପକ୍ଷରୁ କୋଣାର୍କ ଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ଦେଶ ବିଦେଶର ପକ୍ଷୀ ଗଣନା ପାଇଁ ଅସ୍ତରଙ୍ଗ ବନ୍ୟ ପ୍ରାଣୀ ଡିଭିଜନ ଅଧୀନରେ ଥିବା ପାଞ୍ଚଟି ଜାଗାରେ ଆରମ୍ଭ ହୋଇଥିବା ବେଳେ କୋଣାର୍କ ଠାରୁ ତଣ୍ଡାହର ପର୍ଯ୍ୟନ୍ତ ଗଣନା କରାଯାଇଛି ।

ଅସ୍ତରଙ୍ଗରେ ମୋଟ ପାଞ୍ଚଟି ଟିମରେ ଡେପୁଟି ରେଞ୍ଜର, ଫରେଷ୍ଟର, ଫରେଷ୍ଟଗାର୍ଡ ଭଳି 15 ଜଣ ବନ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ କୋଣାର୍କ ରେ ୭ଟି ଟିମରେ ୨୧ ଜଣ ବନକର୍ମଚାରୀ ନିୟୋଜିତ ହେଇଛନ୍ତି । ଏହା ସହିତ ପ୍ରତିଟି ଟିମରେ ପରିବେଶବିତ ଓ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ସାମିଲ କରାଯାଇଛି । ସକାଳ ୫ଟାରୁ ଆରମ୍ଭ ହୋଇ ଥିବା ଏହି ପକ୍ଷୀ ଗଣନା ଦିନ ଦଶଟା ପର୍ଯ୍ୟନ୍ତ ଯାଏଁ ଚାଲିଥିଲା । ତେବେ ପ୍ରବଳ ଘନ କୁହୁଡି ଯୋଗୁଁ ପକ୍ଷୀ ଗଣନା ନିୟୋଜିତ କର୍ମଚାରୀ ମାନଙ୍କୁ ପକ୍ଷୀ ଗଣନାରେ ସମସ୍ୟା ଉପୁଜୁଥିଲା ।

ଏହା ମଧ୍ୟ ପଢନ୍ତୁ....ଆଜିଠୁ ଚିଲିକାରେ ପକ୍ଷୀ ଗଣନା, 21 ଟିମ୍ ନିୟୋଜିତ

ଯାହା ଫଳରେ ସଠିକ ପକ୍ଷୀ ଗଣନା ହୋଇପାରିନଥିଲା ଜଣାପଡ଼ିଛି । ତେବେ ବାଇନାକୁଲାର, ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ଗଣନା ସମୟରେ କୋଣାର୍କ ଠାରୁ ଅସ୍ତରଙ୍ଗ ବନଖଣ୍ଡ ମଧ୍ୟରେ ମାଛ ଧରିବାକୁ ବାରଣ କରାଯାଇଛି । ଏହି ଗଣନା କାର୍ଯ୍ୟରେ ଅସ୍ତରଙ୍ଗରେ ତିନୋଟି ଡ଼ଙ୍ଗା ଲାଗିଥିବା ବେଳେ କୋଣାର୍କରେ ୪ଟିରୁ ୫ଟି ଡଙ୍ଗା ଲାଗିଛି । ଏଥିରେ ମୋଟ ୬ ଜଣ ବନ ବିଭାଗର ଅଧିକାରୀ ଓ ୩୦ ଜଣ କର୍ମଚାରୀ ପକ୍ଷୀ ବିଶାରଦ, ପକ୍ଷୀ ସୁରକ୍ଷା ବାହିନୀ ସାମିଲ ହୋଇଛନ୍ତି । ଅସ୍ତରଙ୍ଗ ବନ ଅଧିକାରୀ ଏହି ପକ୍ଷୀ ଗଣନାର ମନିଟରିଙ୍ଗ କରୁଛନ୍ତି । ଏହା ଅସ୍ତରଙ୍ଗ ଅଞ୍ଚଳର ଗଙ୍ଗାଦେବୀ ଠାରୁ ନାସି, ନଟରା, କେଉଟଜଙ୍ଗା, ବେଲେଶ୍ବରରୁ କେଳୁଣୀ, କଣମଣରୁ ଗଙ୍ଗାଦେବୀ ନାସି ଓ ପାଟସୁନ୍ଦରପୁର ଅଞ୍ଚଳରେ ପକ୍ଷୀ ଗଣନା ଜାରି ରହିଛି ।

ଶୀତ ଋତୁ ଆସିଲେ ବିଭିନ୍ନ ଦେଶ ବିଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ମାନେ ଆସିଥାନ୍ତି ଉପକୁଳ ଅଞ୍ଚଳକୁ ଆସିଥାନ୍ତି । ବିଶେଷ କରି ଚଳିତ ବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଉପକୁଳ ଅଞ୍ଚଳକୁ ଆଗମନ ନ ଥିବା ଜଣାପଡ଼ିଛି । ତେବେ ଗଣନା ସମୟରେ ଅସ୍ତରଙ୍ଗ ବନଖଣ୍ଡ ମଧ୍ୟକୁ ସମସ୍ତଙ୍କୁ ବାରଣ କରାଯାଇଛି । ଏପରିକି ପକ୍ଷୀ ଥିବା ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ମାଛଧରା ଉପରେ କଟକଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗଣନାରେ ୮ ରୁ ୧୦ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି । ଆଗକୁ ମଧ୍ୟ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ବନ ବିଭାଗର ରେଞ୍ଜର ସୁଦର୍ଶନ ଦେହୁରୀ କହିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details