ଓଡିଶା

odisha

ETV Bharat / state

ପୁଡୁଚେରୀ ସମୁଦ୍ର ଗର୍ଭରେ ଜୟ ଓଡିଶା ଧ୍ବଜା ଉଡାଇଲେ ସ୍କୁବା ଡାଇଭର - ପୁଡୁଚେରୀ ରକ ବିଚ

ପୁଡୁଚେରୀ ରକ ବିଚ ସମୁଦ୍ରର ୫୦ ଫୁଟ ଗଭୀରରେ ଉଡିଲା ଜୟ ଓଡିଶା ଲେଖା ଥିବା ଧ୍ବଜା । ଧ୍ବଜା ଉଡାଇଲେ ପୁରୀର ଦୁଇ ସ୍କୁବା ଡାଇଭର । ଅଧିକ ପଢନ୍ତୁ

ପୁଡୁଚେରୀ ସମୁଦ୍ର ଗର୍ଭରେ ଜୟ ଓଡିଶା ଧ୍ବଜା ଉଡାଇଲେ ସ୍କୁବା ଡାଇଭର
ପୁଡୁଚେରୀ ସମୁଦ୍ର ଗର୍ଭରେ ଜୟ ଓଡିଶା ଧ୍ବଜା ଉଡାଇଲେ ସ୍କୁବା ଡାଇଭର

By

Published : Dec 9, 2022, 12:30 PM IST

ପୁରୀ:ବିଚ ଟୁରିଜିମକୁ ଆଗକୁ ନେବାକୁ ଯୁବକଙ୍କ ନିଆରା ଉଦ୍ୟମ । ସମୁଦ୍ରର ଗଭୀର ଜଳରାଶିରେ ଉଡାଇଲେ ଜୟ ଓଡିଶା ଲେଖା ଥିବା ଧ୍ବଜା । ପୁଡୁଚେରୀ ରକ ବିଚ(Puducherry rock beach) ସମୁଦ୍ରର ୫୦ ଫୁଟ ଗଭୀରରେ ଏହାକୁ ଉଡାଇଛନ୍ତି ପୁରୀର ଦୁଇ ସ୍କୁବା ଡାଇଭର । ମତ୍ସ୍ୟଜୀବୀ ସମ୍ପ୍ରଦାୟର 2 ସ୍କୁବା ଡାଇଭର ପୁରୀକୁ ସ୍କୁବା ଡ଼ାଇଭିଂ କ୍ଷେତ୍ରରେ ପରିଚୟ ଦେବା ସହ ବିଚ ଟୁରିଜିମ କ୍ଷେତ୍ରରେ ଆଗକୁ ନେବା ତାଙ୍କର ମୂଳଲକ୍ଷ୍ୟ ରହିଛି ।

ପୁଡୁଚେରୀ ସମୁଦ୍ର ଗର୍ଭରେ ଜୟ ଓଡିଶା ଧ୍ବଜା ଉଡାଇଲେ ସ୍କୁବା ଡାଇଭର

ପୁରୀର ଦୁଇ ସ୍କୁବା ଡାଇଭର ହ୍ୟାରି ରାଓ ଓ ଶୋଭନ ମହାନ୍ତି । ଉଭୟ ପୁଡୁଚେରୀ ଗଭୀର ସମୁଦ୍ର ଭିତରକୁ ଯାଇ ଜୟ ଓଡ଼ିଶାର ଧ୍ଵଜା ଉଡ଼ାଇଛନ୍ତି । ଡ୍ରାଇଭ୍ ଦି ୱାର୍ଲ୍ଡ ଅନୁଷ୍ଠାନ ତରଫରୁ ଆୟୋଜିତ ରାଷ୍ଟ୍ରୀୟ ସ୍କୁବା ଡ୍ରାଇଭିଂ କର୍ମଶାଳାରେ ଯୋଗ ଦେଇ ପୁଡୁଚେରୀ ରକ୍ ବିଚ୍ ସମୁଦ୍ର ତଟରେ ୫୦ ଫୁଟ ଗଭୀର ଜଳରେ ଜୟ ଓଡିଶା ଲେଖା ଥିବା ଧ୍ବଜା ଉଡାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଲୁଟ୍‌ ବେଳେ ପ୍ରତିବାଦ କରିବାରୁ ଆକ୍ରମଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଏନେଇ ସ୍କୁବା ଡାଇଭର ହ୍ୟାରି ରାଓ କହିଛନ୍ତି, ''ମୋ ପାଇଁ ଏହି ଦିନ ରୋମାଞ୍ଚକର ଓ ଗୌରବର ଦିନ । ପୁରୀ ସହିତ ଓଡ଼ିଶାର ବିସ୍ତୃତ ସମୁଦ୍ର ତଟ ରେ ସ୍କୁଭା ଡାଇଭିଂ ପାଇଁ ଅନେକ ସୁଯୋଗ ଅଛି, ଯାହା କେବଳ ଯୁବପିଢ଼ିଙ୍କୁ ସମୁଦ୍ର ପ୍ରତି ଆକୃଷ୍ଟ କରିବ ତାହା ନୁହଁ ଏହା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଅନ୍ୟ ଏକ ଫର୍ଦ୍ଦ ଯୋଡ଼ି ପାରିବ। '' ସୂଚନା ଯୋଗ୍ୟ ଯେ ହ୍ୟରୀ ରାଓ ଜଣେ ଅନ୍ତରାଷ୍ଟ୍ରୀୟ କୋଚ ଭାବରେ ନିଜ ପରିଚୟ ସୃଷ୍ଟି କରିଥିବା ବେଳେ ଶୋଭନ ମହାନ୍ତୀ ସୋୟା ୟୁନିଭରସିଟିର ଛାତ୍ର ଅଟନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details