ପୁରୀ: ଜିଲ୍ଲାରେ ବନ୍ୟା ଛାଡି ନଥିବା ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ନେଇ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ । ଏବେବି ଅନେକ ଅଞ୍ଚଳ ଜଳବନ୍ଦୀ ଘେରରେ ରହିଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ସମୀର ଦାସ । ବନ୍ୟା ପ୍ରଭାବିତ ସ୍ଥିତି ପରଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବ ପ୍ରଶାସନ ।
ବନ୍ୟା ଛାଡ଼ି ନଥିବା ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ - ପୁରୀ ଗସ୍ତରେ ସମୀର ଦାସ
ପୁରୀ ଜିଲ୍ଲାରେ ବନ୍ୟା ଛାଡ଼ି ନଥିବା ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏନେଇ ପୁରୀ ଜିଲ୍ଲା ଗସ୍ତ କରିବା ସହିତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଅଧିକ ପଢ଼ନ୍ତୁ
ପୁରୀ ଜିଲ୍ଲାରେ ବନ୍ୟାସ୍ଥିତି ସୁଧୁରି ନଥିବାରୁ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ସମ୍ଭବ ହୋଇପାରୁନାହିଁ । ଏଣୁ ପୁରୀ ଜିଲ୍ଲାରେ ଯେଉଁ ପଞ୍ଚାୟତରେ ବନ୍ୟାଜଳ ଛାଡି ନାହିଁ ଉକ୍ତ ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପୁରୀଜିଲ୍ଲା ଗସ୍ତ କରିବା ସହିତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏନେଇ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଗତ ୪ ଦିନ ଧରି ପୁରୀ ଜିଲ୍ଲାର ବିଭିନ୍ନ ସ୍କୁଲ ବନ୍ଦ ଥିଲା । ଏଗୁଡ଼ିକ ଆସନ୍ତା କାଲି ଖୋଲିବାକୁ ଯାଉଛି । କିନ୍ତୁ ଏବେ ମଧ୍ୟ ବିଭିନ୍ନ ଅଞ୍ଚଳ ପାଣି ଘେରରେ ଥିବାରୁ ପିଲାମାନେ ସ୍କୁଲ ଆସିବା ସମ୍ଭବ ହେଉନାହିଁ । ତେଣୁ କେବଳ ବନ୍ୟା ପୁରା ଛାଡ଼ି ନଥିବା ଅଞ୍ଚଳରେ ସ୍କୁଲ ଆଉ ୨ ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛି ।" ଅନ୍ୟ ଜିଲ୍ଲା ଗୁଡ଼ିକରେ ବନ୍ୟାସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ପୁରୀ