ଓଡିଶା

odisha

ETV Bharat / state

ସ୍କୁଲ ଭ୍ୟାନ ଓଲଟି 7ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ - ପୁରୀ ନିମାପଡା

ସ୍କୁଲ ଯାଉଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା । ଭାରସାମ୍ୟ ହରାଇ ନାଳରେ ପଶିଲା ଗାଡି । 7ରୁ ଅଧିକ ଛାତ୍ରଛାତ୍ରୀ ଆହତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Nov 4, 2019, 10:48 AM IST

ପୁରୀ: ପୁରୀ ନିମାପଡା ଥାନା ଚାରି ଛକରେ ଏକ ସ୍କୁଲଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଚାରିଛକ ସ୍ଥିତ ଜଳଛତ୍ର ନିକଟରେ ଏହି ଘଟଣା ଘଟିଛି । ସ୍ଥାନୀୟ ବିବେକାନନ୍ଦ ସ୍କୁଲ ଭ୍ୟାନଟି ଓଲଟି ପଡିବାରୁ 7ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଭ୍ୟାନଟି ସ୍କୁଲ ଯାଉଥିବା ବେଳେ ଏହି ଘଟଣା ଘଟିଛି । ସୌଭାଗ୍ୟବଶତଃ କୌଣସି ବଡ ଧରଣର ଅଘଟଣ ଘଟିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ରାସ୍ତାରେ ଖରାପ ଥିବାରୁ ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡ ଏକ ନାଳକୁ ଖସି ପଡିଥିଲା । ଘଟଣାର ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକେ ନାଳରେ ପଶି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ପରେ ଆହତ ଛାତ୍ରଙ୍କୁ ଚାରି ଛକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଛି । ଜଣେ ଛାତ୍ର ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details