ଓଡିଶା

odisha

ETV Bharat / state

ଶ୍ରାବଣ ଶେଷ ସୋମବାରରେ ବାବା ଲୋକନାଥଙ୍କୁ ଜଳଲାଗି - ଶ୍ରାବଣ ଶେଷ ସୋମବାର

ଶ୍ରାବଣ ଶେଷ ସୋମବାର। ଜଳଲାଗି ନେଇ ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଭିଡ। ପ୍ରବଳ ବର୍ଷା ସତ୍ତ୍ବେ ପୁରୀର ବାବା ଲୋକନାଥ ମନ୍ଦିରରେ ଜଳାଭିଷେକ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 12, 2019, 1:17 PM IST

ପୁରୀ: ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରୁଛନ୍ତି ହଜାର ହଜାର କାଉଡିଆ । ସେନେଇ ଆଜି ପୁରୀର ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥ ମନ୍ଦିରରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଆଜି ଶେଷ ଶ୍ରାବଣ ସୋମବାରରୁ କାହିଁ କେତେ ଦୂରରୁ ଶତାଧିକ ଶ୍ରଦ୍ଧାଳୁ ଆସି ଜଳାଭିଷେକ କରିଛନ୍ତି।

ରାଜ୍ୟର ବିଭିନ୍ନ ଶୈବପୀଠକୁ ଛୁଟୁଛି କାଉଡିଆଙ୍କ ଭିଡ । ବିଭିନ୍ନ ଜଳାଶୟରୁ ପାଣି ଉଠାଇ ଜଳଲାଗି କରୁଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଶ୍ରାବଣର ଶେଷ ସୋମବାର ହୋଇଥିବାରୁ ବର୍ଷା ସତ୍ତ୍ବେ ବାବା ଲୋକନାଥ ମନ୍ଦିରରେ ପାଣି ଢାଳିଛନ୍ତି କାଉଡିଆ । ସେପଟେ ଭକ୍ତଙ୍କ ସମାଗମ ଦେଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ବାବା ଲୋକନାଥଙ୍କ ମନ୍ଦିରରେ ଶ୍ରାବଣର 4ଟି ସୋମବାରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ରାତି 1ଟାରୁ ଦ୍ବାର ଫିଟା ସହ ଭିତର ଶୋଧ, ମଙ୍ଗଳ ଆଳତି, ଅବକାଶ ନୀତି ଅନୁଷ୍ଠିତ ହେବା ପରେ ଅବକାଶ ନୀତି ସମୟରେ ଶ୍ରାବଣ ସୋମବାରରେ 108 ଗରା ଗଙ୍ଗାଜଳ ପ୍ରଭୁ ମହାଦେବଙ୍କ ମୁଣ୍ଡରେ ଜଳ ଲାଗି ହୁଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details