ପୁରୀ: ଶ୍ରୀକ୍ଷେତ୍ରରେ ଚାଲିଛି କାଳିଆ ଠାକୁରର ଯାତ୍ରା । ରଥଯାତ୍ରା ପାଇଁ ଲୋକାରଣ୍ୟ ବଡ ଦାଣ୍ଡ । ଭକ୍ତଙ୍କ ଡାକରେ ପଡୁଛି ଉଠୁଛି ଚାରିଆଡ । ବଡଦାଣ୍ଡରେ ଦଣ୍ଡାୟମାନ ତିନି ରଥରେ ବିଜେ କରିସାରିଛନ୍ତି ତିନି ଠାକୁର । ଏପଟେ ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଆର୍ଶୀବାଦ ଲୋଡିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।
ରଥରେ ମହାପ୍ରଭୁଙ୍କ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ - lord jagannath
ଜଗତଗୁରୁ ଶଙ୍କରାଚାର୍ଯ୍ୟ ତିନି ରଥରେ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି । ସ୍ନାନଯାତ୍ରାକୁ ଆସି ପାରିନଥିଲେ ଶଙ୍କରାଚାର୍ଯ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଶଙ୍କରାଚାର୍ଯ୍ୟ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରି ପାରି ନଥିବା ବେଳେ ରଥଯାତ୍ରାରେ ଆସି ଦର୍ଶନ
କରିଛନ୍ତି ।
ପୁରୀରୁ ତାପସ ପରିଡା, ଇଟିଭି ଭାରତ