ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା । ସ୍ଥାନୀୟ ସର୍କିଟ ହାଉସ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ଖୋର୍ଦ୍ଧା ଓ ପୁରୀ ଖଣ୍ଡର ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ସଡକ ଓ କୋଠାବାଡି ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ଖୋର୍ଦ୍ଧା ଖଣ୍ଡ ଅଧିନରେ ଚାଲିଥିବା ଜହ୍ନିକୁଦା କୃଷ୍ଣପ୍ରସାଦ ରାସ୍ତା ନିର୍ମାଣ ଖୁବଶୀଘ୍ର ଶେଷ କରିବା, କୃଷ୍ଣପ୍ରସାଦ ଆଟିଆଇ ଶ୍ରେଣୀକକ୍ଷ ଓ ପ୍ରୟୋଗଶାଳା ଗୃହ ଚଳିତ ଆର୍ଥିକବର୍ଷରେ ଶେଷ କରିବା ଉପରେ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି ।
କୃଷ୍ଣପ୍ରସାଦ ମାଲୁଦଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ହସ୍ତାନ୍ତର କରିବା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ପୁରୀ ଉପ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୁରୀ ପୂର୍ତ୍ତ ଖଣ୍ଡ ଅଧିନସ୍ଥ ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରୁ ହରପଦା ଛକ ରାସ୍ତା ଉନ୍ନତିକରଣ, ଗୌରିଘାଟ ସେତୁ ନିକଟ ଭାର୍ଗବୀ ହରଚଣ୍ଡି ରାସ୍ତା କାମ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିରୁଳି ମହାବୀର ରାସ୍ତା ଶେଷ କରିବା, କାକଟପୁର କୋଣାର୍କ ରାସ୍ତା, ଡେଲାଙ୍ଗ ବ୍ରହ୍ମଗିରି ରାସ୍ତା ପ୍ରଶସ୍ତିକରଣ, ପୁରୀ ସାତପଡା ରାସ୍ତାରୁ ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମପୀଠକୁ ସଂଲଗ୍ନ ସଡକ, ସୁନାମୁହିଁ ବରକୁଦି ରାସ୍ତା, ସତ୍ୟବାଦୀର କଳାପାହାଡ ଛକରୁ ବିଦ୍ୟାଧରପୁର ଓ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ରାସ୍ତା ଉନ୍ନତି ଓ ପ୍ରଶସ୍ତିକରଣ କାମ ଖୁବଶୀଘ୍ର ଆରମ୍ଭ ହେବ ।