ଓଡିଶା

odisha

ETV Bharat / state

ପଦଯାତ୍ରାବେଳେ ସଞ୍ଜୟଙ୍କୁ ବିରୋଧ, ମହିଳାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

ନିଜ ନିର୍ବାଚନମଣ୍ଡଳୀରେ ଘରେ ଘରେ ବୁଲି ଭୋଟ ଭିକ୍ଷା କରୁଥିବାବେଳେ ସଞ୍ଜୟଙ୍କୁ ବିରୋଧ କରାଯାଇଥିବାର ଅଭିଯୋଗ ହୋଇଛି । ଗ୍ରାମର କିଛି ମହିଳା ଏକତ୍ରିତ ହୋଇ ଗ୍ରାମ ମଝିରେ ସଞ୍ଜୟଙ୍କୁ ଅଟକାଇଥିଲେ ଓ ଚିଟ୍ ଫଣ୍ଡ ଟଙ୍କା କେବେ ମିଳିବ କହି ଘେରି ଯାଇଥିଲେ ।

By

Published : Apr 13, 2019, 7:26 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ବ୍ରହ୍ମଗିରି: ପ୍ରଚାର ସମୟରେ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ବର୍ମାଙ୍କୁ ବିରୋଧ ପ୍ରଦର୍ଶନ ହୋଇଛି । ଶନିବାର ସଞ୍ଜୟ ବେଣ୍ଟପୁର ପଞ୍ଚାୟତର ବିଜିପୁର ଗ୍ରାମରେ ପଦଯାତ୍ରା କରୁଥିବାବେଳେ ଏହି ଘଟଣା ଘଟିଛି । ସେପଟେ ସ୍ଥାନୀୟ ମହିଳାଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବାର ପାଲଟା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ରିପୋର୍ଟ ଅନୁସାରେ ନିଜ ନିର୍ବାଚନମଣ୍ଡଳୀରେ ଘରେ ଘରେ ବୁଲି ଭୋଟ ଭିକ୍ଷା କରୁଥିବାବେଳେ ସଞ୍ଜୟଙ୍କୁ ବିରୋଧ କରାଯାଇଥିବାର ଅଭିଯୋଗ ହୋଇଛି । ଗ୍ରାମର କିଛି ମହିଳା ଏକତ୍ରିତ ହୋଇ ଗ୍ରାମ ମଝିରେ ସଞ୍ଜୟଙ୍କୁ ଅଟକାଇଥିଲେ ଓ ଚିଟ୍ ଫଣ୍ଡ ଟଙ୍କା କେବେ ମିଳିବ କହି ଘେରି ଯାଇଥିଲେ । ଟଙ୍କା ନଦେଲେ ଛାଡିବୁ ନାହିଁ ବୋଲି ସେମାନେ କହିଥିଲେ ।

ଫଳରେ ଗ୍ରାମରେ ଉତ୍ତେଜନା ଦେଖାଯାଇଥିଲା । ତେବେ ସେହି ଗ୍ରାମର ବସନ୍ତ ମଞ୍ଜରୀ ପଳାଇ, ଗାଣୀଆ ପଳାଇ ଓ ଯଶୋଦା ପଳାଇଙ୍କୁ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବାର ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି । ସେମାନେ କେରାଣ୍ଡିଆ ଡାକ୍ତରଖାନାରେ ଚିକିତ୍ସା ହୋଇଥିବା ଖବର ରହିଛି ।

ଉଲ୍ଲେଖଯୋଗ୍ୟ ଯେ 2 ଦିନ ପୂର୍ବେ ମାଣପଡା ପଞ୍ଚାୟତରେ ମହିଳାମାନେ ଚିଟ୍‌ ଫଣ୍ଡ ଟଙ୍କା ନେଇ ପ୍ରାର୍ଥୀଙ୍କୁ ବିରୋଧ କରିଥିବା ଦେଖାଯାଇଥିଲା । ତେବେ ଏପରି ବାରମ୍ବାର ବିରୋଧ ବ୍ରହ୍ମଗିରିରେ ସଞ୍ଜୟଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details