ପୁରୀ:ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ସାରା ଦେଶ ଦୁଃଖିତ । ଗୁରୁବାର ଘଟିଥିବା ଏହି ଭୟଙ୍କର ଆତ୍ମଘାତୀ ଆକ୍ରମଣରେ ଶହୀଦ ଯବାନଙ୍କୁ ସାରା ଦେଶ ଦେଉଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳାରେ ଅମର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ ସୁଦର୍ଶନ ବେଙ୍ଗାଲୁରୁ ଗସ୍ତରେ ଥିବାରୁ ସେଠାରେ ଥିବା ବାଗଦେବୀ ବିଳାସ ସ୍କୁଲ ପରିସରରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଏକ ବାଲୁକାକଳା ନିର୍ମାଣ କରିଥିଲେ । ଯେଉଁଥିରେ ଶହୀଦଙ୍କୁ ସିଆରପିଏଫ ଟୋପି ତଳେ ରହିଥିବାର ଦୃଶ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣର ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା । ତେବେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ଘଟଣା ସୁଦର୍ଶନଙ୍କ ବାଲୁକା କୃତିରେ ଦେଖିବାକୁ ମିଳିଛି ।