ଓଡିଶା

odisha

ETV Bharat / state

ବାଲିରେ ହୋଲି: ରାଧା-କୃଷ୍ଣ ଦେଉଛନ୍ତି ସଚେତନତାର ବାର୍ତ୍ତା - ପୁରୀ

ସୁରକ୍ଷିତ ହୋଲି ଖେଳ ଏବଂ ଏଥିରେ ରାସାୟନିକ ରଙ୍ଗ ବ୍ୟବହାର ନ କରିବାକୁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ସେ ଏହି ବାର୍ତ୍ତା ଦେଇଛନ୍ତି । ପୁରୀ ଲାଇଟ ହାଉସ ବେଳାଭୂମିରେ ଏହି ସୁନ୍ଦର ବାଲୁକା କଳାକୁ ପ୍ରସ୍ତୁତ କରିଛନ୍ତି ମାନସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Mar 20, 2019, 10:08 PM IST


ପୁରୀ: ଆସନ୍ତା 21ରେ ସମଗ୍ର ଦେଶ ପାଳିବ ରଙ୍ଗର ପର୍ବ ହୋଲି । ଏହାକୁ ଖୁସିର ସହ ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି ସମ୍ପୂର୍ଣ୍ଣ ଦେଶବାସୀ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଅବସରରେ ନିଜ କଳା ମାଧ୍ୟମରେ ଦେଶବାସୀଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ସୁରକ୍ଷିତ ହୋଲି ଖେଳ ଏବଂ ଏଥିରେ ରାସାୟନିକ ରଙ୍ଗ ବ୍ୟବହାର ନ କରିବାକୁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ସେ ଏହି ବାର୍ତ୍ତା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ଲାଇଟ ହାଉସ ବେଳାଭୂମିରେ ସେ ଏହି ସୁନ୍ଦର ବାଲୁକା କଳାକୁ ପ୍ରସ୍ତୁତ କରିଛନ୍ତି । ଏହି କଳା ମାଧ୍ୟମରେ ସେ ଭଗବାନ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କ ପ୍ରତିକୃତି ନିର୍ମାଣ କରି ତାଙ୍କ ପ୍ରେମର ବର୍ଣ୍ଣନା କରିଛନ୍ତି । ଏହି ବାଲୁକା କଳାର ଲମ୍ବ 15 ଫୁଟ ରହିଥିବାବେଳେ ଏଥିରେ 15 ଟନ ବାଲି ବ୍ୟବହୃତ ହୋଇଥିବା ଜଣାପଡିଛି ।

ତେବେ ଏହି କୃତିରେ ସେ ସୁରକ୍ଷା ଏବଂ ପରିବେଶ ଉପଯୋଗୀ ହୋଲି ଖେଳିବାକୁ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details