ଓଡିଶା

odisha

International Women's Day: ବାଲୁକା କଳାରେ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମହିଳାଙ୍କୁ ସମ୍ମାନ ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

By

Published : Mar 8, 2023, 1:19 PM IST

Published : Mar 8, 2023, 1:19 PM IST

Womens Day wishes through sand art
ବାଲୁକା କଳାରେ ମହିଳା ଦିବସର ଶୁଭେଚ୍ଛା

ବାଲୁକା କଳାରେ ମହିଳା ଦିବସର ଶୁଭେଚ୍ଛା

ପୁରୀ: ଆଜି ମାର୍ଚ୍ଚ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ । ଆଜିର ଦିନଟି ମହିଳାଙ୍କ ପାଇଁ ସମର୍ପିତ । ମହିଳାଙ୍କ ସାମ୍ମାନାର୍ଥେ ସାରା ବିଶ୍ବବାସୀ ଏହାକୁ ପାଳନ କରୁଛନ୍ତି । ଏକ ସୁସ୍ଥ, ସମୃଦ୍ଧ ସମାଜ ଗଠନରେ ମହିଳା ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହାକୁ ପାଳନ କରାଯାଉଛି । ଏହି ଅବସରରେ ଅର୍ନ୍ତଜାତୀୟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ହୋଲିର ଶୁଭେଚ୍ଛା ସହ ମହିଳା ମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:International Women's Day: ସିଏ ଅଦୃଶ୍ୟର 'ଦେବୀ', ପୂଜା ନୁହେଁ ଲୋଡେ ସମ୍ମାନ

ଆଜିର ମହିଳାମାନେ ଦେଶର ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ । ଦେଶ ଗଠନରେ ସେମାନଙ୍କର ପ୍ରମୁଖ ଭୂମିକା ରହିଛି । ଆଜିର ଦିନରେ ମହିଳାଙ୍କ ତ୍ୟାଗ ଓ ପରିଶ୍ରମକୁ ସମ୍ବର୍ଦ୍ଧ୍ବନା ଦିଆଯାଇଥାଏ । ସମାଜରେ ମହିଳାଙ୍କୁ ସମାନ ଅଧିକାର, ପ୍ରତିଟି କ୍ଷେତ୍ରରେ ତା'ର ଯୋଗଦାନ, ନ୍ୟାୟ ପ୍ରଦାନ ଏବଂ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଘରଠୁ ନେଇ ରାସ୍ତା-ଘାଟ, ସ୍କୁଲ୍-କଲେଜ, କର୍ମକ୍ଷେତ୍ର ସବୁ ସ୍ଥାନରେ ନାରୀକୁ ସହଯୋଗ ଓ ସମର୍ଥନ ଜଣାଇବାର ଶିକ୍ଷାଦିଏ ଏହି ଦିବସ ।

ଏହା ମଧ୍ୟ ପଢ଼ନ୍ତୁ:କାର୍ଯ୍ୟକାରୀ ହେଉ ଅଶ୍ଳୀଳ ନୃତ୍ୟ ପରିବେଷଣ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ଲାଗିଥିବା କଟକଣା: ରାନୀ ପ୍ରିୟଦର୍ଶିନୀ

ଜଣେ ମହିଳା ଜୀବନ ରକ୍ଷାକାରୀ ଡାକ୍ତର ରୂପରେ, ସୁରକ୍ଷା ପ୍ରଦାନକାରୀ ପୋଲିସ , ଯବାନ ରୂପରେ, ପିଲାର ଯତ୍ନ ନେଉଥିବା ମାଆ ରୂପରେ, ପରିବେଶକୁ ପରିଷ୍କାର ରଖୁଥିବା ସ୍ୱଚ୍ଛସାଥୀ ରୂପରେ ନିଜର ଭୂମିକା ଜଣେ ମହିଳାଟିଏ ଅତି ସଫଳତାର ସହ ନିଜ କର୍ତ୍ତବ୍ୟ ନିଭାଉଥିବାର ବାଲୁକାକଳା ମାଧ୍ୟମରେ ଏହି ଚିତ୍ରକୁ ସ୍ଥାନ ଦେଇଛନ୍ତି ସୁଦର୍ଶନ ।

ଏହା ମଧ୍ୟ ପଢ଼ନ୍ତୁ:ଡିଜିଟାଲ ଯୁଗରେ ଭକ୍ତି ସାଗରରେ କୁନି ବାଳିକା ଇପ୍ସିତା, ନିଆରା ପ୍ରତିଭା ଦେଇଛି ନୂଆ ପରିଚୟ

ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା କଳା ନିର୍ମାଣ କରିଛନ୍ତି । ନାରୀର ପ୍ରତିଟି ଭୂମିକାକୁ ବାଲୁକା ମାଧ୍ୟମରେ ଦର୍ଶାଯାଇଛି । ସୁନ୍ଦର ବାଲୁକା ଚିତ୍ରକଳାକୁ ପ୍ରସ୍ତୁତ କରିବାକୁ ସେ 7 ଟନ୍ ବାଲି ବ୍ୟବହାର କରିଥିବା ବେଳେ ବିଭିନ୍ନ ରଙ୍ଗରେ ସଜେଇ "ସାଲ୍ୟୁଟ ଟୁ ଅଲ୍ ଓମେନ୍ ଏବଂ ଜୟ ଅଫ୍ କଲର୍‌ସ"ର ବାର୍ତ୍ତା ଦେଇଛନ୍ତି । ବାଲୁକା ଚିତ୍ରକଳାଟି ଦେଖିବାକୁ ବେଶ ଆକର୍ଷଣୀୟ ହୋଇଛି । ଏହାକୁ ଦେଖିବାକୁ ବେଳାଭୂମିରେ ଦର୍ଶକଙ୍କ ଭିଡ ଲାଗ ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details