ପୁରୀ:ନେତାଜୀ ଜୟନ୍ତୀ ଅବସରରେ ବାଲୁକାକଳାରେ ନେତାଜୀଙ୍କ ପ୍ରତିଛବି ଆଙ୍କିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା ଚିତ୍ରକଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକା ଶିଳ୍ପୀ । ନେତାଜୀ ସୁଭାଷ ବୋଷଙ୍କ 126ତମ ଜୟନ୍ତୀ ଅବସରରେ ପୁରୀ ବେଳଭୂମିରେ ପ୍ରସ୍ତୁତ ହୋଇଥିବା ଏହି ବାଲୁକାକଳାରେ ୪୫୦ଟି ଷ୍ଟିଲ ଗିନା ଇନଷ୍ଟଲ ହୋଇଥିବାବେଳେ ଜୟ ହିନ୍ଦର ସ୍ଲୋଗାନ ରହିଛି । ୬ ଟନ ବାଲିରେ 7 ଫୁଟ ଉଚ୍ଚତାର ଏହି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନିଜର ଉତ୍କର୍ଷ ବାଲୁକାକଳା ପାଇଁ କଳାରେ ୬୦ରୁ ଉର୍ଦ୍ଧ୍ଵ ଅନ୍ତର୍ଜାତୀୟ ପୁରସ୍କାର ଜିତିଥିବା ସୁଦର୍ଶନଙ୍କ ଏହି କଳାଟି ଖୁବ ଆକର୍ଷଣୀୟ ହୋଇଛି ।
ଆଜି ସାରାଦେଶରେ ନେତାଜୀ ଜୟନ୍ତୀ ପାଳନ କରୁଥିବା ବେଳେ ନେତାଜୀଙ୍କ ତ୍ୟାଗ ଓ ବଳିଦାନ ଏବଂ ସଙ୍ଘର୍ଷର କଥାକୁ ମନେପକାଇବା ପାଇଁ ସୁଦର୍ଶନ ଏହି ପ୍ରୟାସ କରିଛନ୍ତି । ଏହି ବାଲୁକା ଚିତ୍ରକଳାକୁ ଦେଖି ବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ହୋଇଥିଲା। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଭିନ୍ନ ଚିତ୍ରକଳା କରି ସମାଜକୁ ବାର୍ତ୍ତା ପ୍ରଦାନ କରିଥାନ୍ତି । ନେତାଜୀ ସୁଭାଷ ବୋଷ ଯେଭଳି ଦେଶ ମାତୃକା ପାଇଁ ଅହରହ ସଂଗ୍ରାମ କରୁଥିଲେ, ଦେଶ ପାଇଁ ତ୍ୟାଗ, ବଳିଦାନ ଦେଇଥିଲେ ଭାରତର ପ୍ରତେକ ଯୁବପିଢ଼ି ଦେଶ ଉନ୍ନତିରେ ଆଗେଇ ଆସିବାକୁ ଏହି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି ।