ପୁରୀ : ଏପ୍ରିଲ 22 ତାରିଖକୁ ସାରା ବିଶ୍ଵରେ ‘ୱାର୍ଲଡ଼ ଆର୍ଥ ଡେ’ ଭାବେ ପାଳନ କରାଯାଏ । ବିଶେଷ କରି ପୃଥିବୀର ପରିବେଶକୁ ସୁରକ୍ଷିତ, ସନ୍ତୁଳିତ ରଖିବା ଉଦ୍ଦେଶ୍ୟରେ ଲୋକଙ୍କ ମଧ୍ୟରେ ଏକ ସଚେତନତା ବାର୍ତ୍ତା ପାଇଁ ଏହି ଦିବସର ପରିକଳ୍ପନା ।
ବାଲୁକା କଳାରେ ‘ଆର୍ଥ ଡେ’ ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ - Sand art on Earth Day
ଏପ୍ରିଲ 22 ତାରିଖକୁ ସାରା ବିଶ୍ଵରେ ‘ୱାର୍ଲଡ଼ ଆର୍ଥ ଡେ’ ଭାବେ ପାଳନ କରାଯାଏ । ବିଶେଷ କରି ପୃଥିବୀର ପରିବେଶକୁ ସୁରକ୍ଷିତ, ସନ୍ତୁଳିତ ରଖିବା ଉଦ୍ଦେଶ୍ୟରେ ଲୋକଙ୍କ ମଧ୍ୟରେ ଏକ ସଚେତନତା ବାର୍ତ୍ତା ପାଇଁ ଏହି ଦିବସର ପରିକଳ୍ପନା । ଅଧିକ ପଢନ୍ତୁ...
‘ଆର୍ଥ ଡେ’ କୁ ନେଇ ବାଲୁକା ଚିତ୍ରକଳା
ପୁରୀ ଲାଇଟ ହାଉସ ବେଳାଭୂମିରେ ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ମାନସ ସାହୁ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି କୋଭିଡରୁ କିଭଳି ସାରା ବିଶ୍ୱବାସୀ ରକ୍ଷା ପାଇପାରିବେ ସେ ନେଇ ବାର୍ତ୍ତା ଦେଇଛନ୍ତି । ବିଶେଷ କରି ମାସ୍କ ପରିଧାନ କରିବା, ହାତ ସାନିଟାଇଜ କରିବା, ସାମାଜିକ ଦୂରତା ରଖିବାରେ ହିଁ କୋଭିଡକୁ ପରାସ୍ତ କରି ପାରିବା ବୋଲି ଏହି ବାଲୁକା ଚିତ୍ରକଳା ମାଧ୍ୟମ ମାନସ ସାହୁ ବାର୍ତ୍ତା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ