ଓଡିଶା

odisha

By

Published : Oct 2, 2020, 12:39 PM IST

ETV Bharat / state

ବାଲୁକା କଳା ମାଧ୍ୟମରେ ଅହିଂସାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ

ଗାନ୍ଧୀ ଜୟନ୍ତୀ ଅବସରରେ ପୁରୀର ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ମହାତ୍ମା ଗାନ୍ଧୀଙ୍କ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ଏହି ବାଲୁକାକଳା ମାଧ୍ୟମରେ ସେ ବିଶ୍ବ ଶାନ୍ତି ନିମନ୍ତେ ବାର୍ତ୍ତା ଦେଇଛନ୍ତି ।

ବାଲୁକା କଳା ମାଧ୍ୟମରେ ଅହିଂସାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ମାନସ ସାହୁ
ବାଲୁକା କଳା ମାଧ୍ୟମରେ ଅହିଂସାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ଗାନ୍ଧୀ ଜୟନ୍ତୀ ଅବସରରେ ପୁରୀର ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ମହାତ୍ମା ଗାନ୍ଧୀଙ୍କ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ଏହି ବାଲୁକାକଳା ମାଧ୍ୟମରେ ସେ ବିଶ୍ବ ଶାନ୍ତି ନିମନ୍ତେ ବାର୍ତ୍ତା ଦେଇଛନ୍ତି ।

ସାରା ବିଶ୍ବରେ ଏବେ ବିଭିନ୍ନ ସ୍ଥାନରେରେ ଦେଶ ଦେଶ ଭିତରେ ଯୁଦ୍ଧର ମାହୋଲ ସୃଷ୍ଟି ହୋଇଛି । କୌଣସି ଯୁଦ୍ଧ ମାନବ ସମାଜ ପାଇଁ ହିତ ନୁହେଁ ବରଂ କ୍ଷତିକାରକ ବୋଲି ସେ ବାର୍ତ୍ତା ଦେଇଛନ୍ତି ।

ବାଲୁକା କଳା ମାଧ୍ୟମରେ ଅହିଂସାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ମାନସ ସାହୁ

ସତ୍ୟ, ଅହିଂସା, ଶାନ୍ତି ପୂଜାରୀ ସେହି ମହାନ ବ୍ୟକ୍ତିତ୍ବ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସମସ୍ତେ ଶାନ୍ତିର ରାସ୍ତାରେ ଆଗେଇ ଯିବାକୁ ମାନସ ସାହୁ ତାଙ୍କ ବାଲୁକା କଳା ମାଧ୍ୟମରେ ସାରା ବିଶ୍ବବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details