ପୁରୀ: ସାରା ବିଶ୍ବ ସେପ୍ଟେମ୍ବର 27 ତାରିଖକୁ ବିଶ୍ବ ପର୍ଯ୍ୟଟନ ଦିବସ ବା ୱାର୍ଲଡ ଟୁରିଜିମ ଡେ ଭାବେ ପାଳନ କରିଆସୁଛି । 1980 ମସିହାରୁ ୟୁନାଇଟେଡ଼ ନେସନର ଟୁରିଜିମ ଅର୍ଗାନାଇଜେସନ ପକ୍ଷରୁ ଏହି ଦିବସ ପାଳନ ହେଉଛି । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ଵରେ ଥିବା ପର୍ଯ୍ୟଟନ ସ୍ଥଳୀ ଓ ପର୍ଯ୍ୟଟନ ବ୍ୟବସାୟକୁ ଆଗକୁ ନେବା । ଏହି ଦିବସ ଅବସରରେ ପୁରୀରେ ବାଲୁକାଶିଳ୍ପୀ ମାନସ ଏକ ବାଲୁକାକଳା କରି ଏହି ଦିବସର ଶୁଭେଚ୍ଛା ଦେଇଛନ୍ତି ।
ବାଲୁକାକଳାରେ ସେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଚିତ୍ରକୁ ସ୍ଥାନ ଦେଇଛନ୍ତି । ସେହିପରି କୋଭିଡ ମହାମାରୀ ପାଇଁ ସାରା ବିଶ୍ୱରେ ପର୍ଯ୍ୟଟନ ସ୍ଥଳୀ ଗୁଡିକ ବିନା ପର୍ଯ୍ୟଟକଙ୍କ ଆଗମନରେ ବିପୁଳ ଆର୍ଥିକ କ୍ଷତି ହୋଇଥିବା ସେ ବାର୍ତ୍ତା ଦେଇଛନ୍ତି । ତେବେ କୋଭିଡ ମହାମାରୀ ସମୟରେ ଅନେକ ଲୋକ ବିଭିନ୍ନ ସମସ୍ୟାକୁ ମାନସିକ ଅବସାଦରେ ଥିବାବେଳେ ଏଥିରୁ ମୁକୁଳିବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଭ୍ରମଣରେ ଯାଉଛନ୍ତି । ବର୍ତ୍ତମାନର ସଙ୍କଟଜନକ ସ୍ଥିତିରେ ମହାମାରୀର ମୁକାବିଲା ପାଇଁ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତ୍ୱ ନିୟମ ବଜାୟ ରଖି ଭ୍ରମଣର ମଜା ଉଠାଇହେବ । ଏଣୁ ସମସ୍ତ ପର୍ଯ୍ୟଟକ ଭ୍ରମଣ ବେଳେ ଏହି ସାବଧାନତା ଅବଲମ୍ବନ କରିବାକୁ ସେ ବାର୍ତ୍ତା ଦେଇଛନ୍ତି ।