ଓଡିଶା

odisha

By

Published : Feb 18, 2023, 4:37 PM IST

Updated : Feb 18, 2023, 4:43 PM IST

ETV Bharat / state

MahaShivratri: ଗୋଆ ବିଚ୍‌ରେ ପ୍ରଭୁ ଶିବଙ୍କ ବିଶାଳ ବାଲୁକା କଳାକୃତି

ଆଜି ମହାଶିବରାତ୍ରି ଅବସରରେ ଗୋଆ ସମୁଦ୍ର ବେଳାଭୂମିରେ ଓଡ଼ିଆ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଅପୂର୍ବ କଳାକୃତି । ଏହାକୁ ଗୋଆ ମୁଖ୍ୟମନ୍ତ୍ରୀ ଓ ଯୋଗଗୁରୁ ରାମଦେବ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

sand art of lord Shiv at Goa Beach
sand art of lord Shiv at Goa Beach

ଗୋଆ ବିଚ୍‌ରେ ପ୍ରଭୁ ଶିବଙ୍କ ବିଶାଳ ବାଲୁକା କଳାକୃତି

ପୁରୀ:ପବିତ୍ର ମହାଶିବରାତ୍ରି ଅବସରରେ ପୁରୀର ବାଲୁକା ଚିତ୍ର ଶିଳ୍ପୀ ମାନସ କୁମାର ସାହୁ ଗୋଆର ମୀରାମର ସମୁଦ୍ର ବେଳାଭୂମିରେ ନିର୍ମାଣ କରିଛନ୍ତି ପ୍ରଭୁ ଶିବଙ୍କ ବିଶାଳ ବାଲୁକା ମୂର୍ତ୍ତି । ଏହି ବାଲୁକା ମୂର୍ତ୍ତିରେ ପ୍ରଭୁ ଶିବ ଠାକୁର କୈଳାଶ ପର୍ବତ ଉପରେ ବସିଥିବାର ଦୃଶ୍ୟ ଦେଖାଇବା ସହିତ ନନ୍ଦୀଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ମାନସ ସାହୁ । ସେ ଏହି ବାଲୁକା କଳା ସହିତ ଦେଶବାସୀଙ୍କୁ ପବିତ୍ର ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ଓ ଯୋଗଗୁରୁ ରାମଦେବ ଏହି ବାଲୁକା କଳାର ଉଦଘାଟନ କରିଛନ୍ତି ।

ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ପ୍ରାୟ ୧୦ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା ମୂର୍ତ୍ତିଟି ୭ ଫୁଟ ଲମ୍ବା ଏବଂ ୨୦ ଫୁଟ ଓସାର ବିଶିଷ୍ଟ ରହିଥିଲା । ଏଥିରେ ୨୦ ଟନ ବାଲି ବ୍ୟବହାର କରାଯାଇଛି । ଏଥିରେ "Happy Sivaratri " ଏବଂ "World Peace"ର ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ମାନସ । ଏହି ବାଲୁକା ଚିତ୍ର କଳାକୁ ଗୋଆର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାବନ୍ତ ଏବଂ ଯୋଗ ଗୁରୁ ରାମଦେବ ବାଲୁକା ଚିତ୍ରକଳାକୁ ଉଦଘାଟନ କରିଥିବା ଜଣାପଡିଛି ।

ଏହା ବି ପଢନ୍ତୁ- MahaShivratri: ଚିତ୍ରଶିଳ୍ପୀ ଆୟୁଷଙ୍କ ନିଆରା ଶୁଭେଚ୍ଛା, ୭ ମିନିଟରେ ମହାଦେବଙ୍କ ରିଭର୍ସ ପେଣ୍ଟିଂ

ପ୍ରଭୁ ଶିବ ଠାକୁରଙ୍କ ବାଲୁକା କଳା ପାଖରେ ଆଳତୀ କରି ମାନସ ସାହୁଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ ଗୋଆର ମୁଖ୍ୟମନ୍ତ୍ରୀ । ଏହି ଆକର୍ଷଣୀୟ ବାଲୁକା ଚିତ୍ର କଳା ଦେଖିବକୁ ବହୁ ବ୍ୟକ୍ତି, ପର୍ଯ୍ୟଟକମାନେ ଉପସ୍ଥିତ ଥିଲେ। ପ୍ରଭୁ ଶଙ୍କର ଭଗବାନ ସାରା ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରନ୍ତୁ, ବିଶ୍ବବାସୀଙ୍କ ଉନ୍ନତି ହେଉ ବୋଲି ପ୍ରାର୍ଥନା କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ମାନସ ସାହୁ ।

ତେବେ ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଚାରିଆଡ଼େ ଭକ୍ତିର ପରିବେଶ ସୃଷ୍ଟି ହୋଇଛି । ଦେଶର କୋଣ ଅନୁକୋଣରେ ଅନେକ ଶୈବପୀଠ ଲୋକାରଣ୍ୟ ହୋଇଛି । ଏହି ପବିତ୍ର ଦିବସରେ ଭୋଳା ଶଙ୍କରଙ୍କୁ ଆରାଧନା କରିବା ମନ୍ଦିରମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଛି । ଏହି ଅବସରରେ ବିଭିନ୍ନ ପ୍ରକାରର ଶିଳ୍ପୀ ନିଜ ପ୍ରତିଭା ମାଧ୍ୟମରେ ରାଜ୍ୟବାସୀଙ୍କୁ ମହାଶିବରାତ୍ରିର ଶୁଭେଚ୍ଛା ଜଣାଉଛନ୍ତି । ଅନ୍ୟପଟେ ପୁରୀ ଛାତ୍ର ତଥା ଓଡ଼ିଶାର ରିଭର୍ସ ସ୍ପିଡ ପେଣ୍ଟର ଆୟୁଷ ମହାପାତ୍ର ମଧ୍ୟ ପ୍ରଭୁ ଶିବଙ୍କ ଏକ ଫଟୋଚିତ୍ର ଆଙ୍କି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ମାତ୍ର ୭ମିନିଟରେ ଏହି ଚିତ୍ର ଆଙ୍କିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ପୁରୀ

Last Updated : Feb 18, 2023, 4:43 PM IST

ABOUT THE AUTHOR

...view details