ଓଡିଶା

odisha

ETV Bharat / state

ମାସ୍କ ବ୍ୟବହାର ନେଇ ସଚେତନ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ - mask awareness

କୋରୋନା ଭୂତାଣୁ ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି । ଏଣୁ ପ୍ରତ୍ୟେକ ଲୋକ ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବା ଜରୁରୀ ବୋଲି ସରକାର ଲୋକଙ୍କୁ କହିଛନ୍ତି । ଏହି ପ୍ରସଙ୍ଗରେ ଲୋକଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଉଦ୍ୟମ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Sand art Sudarshan Patnaik warned about the use of masks
ମାସ୍କ ବ୍ୟବହାର ନେଇ ସଚେତନ କଲେ ବାଲୁକା କଳା ସୁଦର୍ଶନ ପଟ୍ଟନାୟକ

By

Published : Apr 6, 2020, 11:50 PM IST

ପୁରୀ: କୋରୋନା ଭୂତାଣୁ ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି । ଏଣୁ ପ୍ରତ୍ୟେକ ଲୋକ ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବା ଜରୁରୀ ବୋଲି ସରକାର ଲୋକଙ୍କୁ କହିଛନ୍ତି । ଏହି ପ୍ରସଙ୍ଗରେ ଲୋକଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଉଦ୍ୟମ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଏନେଇ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ତିଆରି କରିଛନ୍ତି । ଯେଉଁଥିରେ କି ଦୁଇ ଜଣ ପୁରୁଷ ଓ ମହିଳା ମାସ୍କ ପିନ୍ଧିଥିବାର ପ୍ରତିକୃତି ରହିଛି । ଅନ୍ୟପଟେ ବର୍ତ୍ତମାନ ମାସ୍କର ଚାହିଦା ବଢି ଯାଇଥିବାରୁ ବଜାରରେ ମାସ୍କ ଅଭାବକୁ କିଭଳି ଦୂର କରାଯାଇପାରିବ ସେ ନେଇ ଏକ ଭିଡିଓ ବାର୍ତ୍ତା ମଧ୍ୟ ସେ ଦେଇଛନ୍ତି ।

ଉକ୍ତ ଭିଡିଓରେ ସମସ୍ତେ ଘରେ ଥିବା ରୁମାଲ ସାହାଯ୍ୟରେ ଅତି ସହଜରେ କମ ଖର୍ଚ୍ଚରେ ଦୁଇଟି ରବର ବ୍ୟାଣ୍ଡ ଲଗାଇ କିଭଳି ମାସ୍କ କରି ହେବ ତାହା ନିଜ ତିଆରି କରି ଦେଖାଇ ଲୋକଙ୍କୁ ସଚେତନ କରାଇଛନ୍ତି । ସେହିପରି ଲକଡାଉନରେ ଘରୁ ନ ବାହାରିବା ଏବଂ ସାମାଜିକ ଦୂରତ୍ବ ପାଳନ କରିବାକୁ ସୁଦର୍ଶନ ଲୋକଙ୍କୁ ଅନୁରୋଧ କରିଛନ୍ତି । ତେବେ ବେଳାଭୂମି କରିଥିବା ବାଲୁକାକଳାରେ ତାଙ୍କର ବାର୍ତ୍ତା ରହିଛି 'let's make our own mask , join the mask India movement.'

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details