ଓଡିଶା

odisha

ETV Bharat / state

ବାଲୁକାକଳାରେ ସଚେତନ କରାଇଲେ ଶିଳ୍ପୀ,  ଭୋଟ ଦେବାକୁ ଆହ୍ବାନ

ଅନ୍ତର୍ଜାତୀୟ ବାଲୁକା ଶିଲ୍ପୀ ମାନସ କୁମାର ସାହୁ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ପୁରୀ ବେଳାଭୂମିରେ ବାଲୁକାରେ ପ୍ରତିମୂର୍ତ୍ତି ନିର୍ମାଣ କରି ଭୋଟରମାନଙ୍କୁ ସଚେତନ କରଛନ୍ତି ।

By

Published : Apr 19, 2019, 7:17 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଚାଲିଛି ଗଣତନ୍ତ୍ରର ମହାପର୍ବ । ଚାରିଆଡେ ନିର୍ବାଚନୀ ମାହୋଲ । ଦେଶର ନାଗରିକଙ୍କୁ ମତଦାନ କରିବା ପାଇଁ ପିଏମ୍‌ଙ୍କ ଠାରୁ ଅଭିନେତା ସମସ୍ତେ ଲୋକଙ୍କୁ ଆହ୍ବାନ କରୁଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଲ୍ପୀ ମାନସ କୁମାର ସାହୁ । ଲୋକମାନଙ୍କୁ ସଚେତନ କରିବା ଉଦେଶ୍ୟ ନେଇ ପୁରୀ ବେଳାଭୂମିରେ ବାଲୁକାରେ ପ୍ରତିମୂର୍ତ୍ତି ନିର୍ମାଣ କରି ସେ ଭୋଟରମାନଙ୍କୁ ସଚେତନ କରଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ


ପୁରୀ ଲାଇଟ ହାଉସ ବେଳାଭୂମିରେ ବଲୁକା ଶିଳ୍ପୀ ମାନସ ସାହୁ ଏହି ଆକର୍ଷଣୀୟ ବଲୁକା ପ୍ରତିମୂର୍ତ୍ତି ଅତି ସୁନ୍ଦର ଭାବରେ ନିର୍ମାଣ କରିଛନ୍ତି । ଏହି ବଲୁକା କଳା ମାଧ୍ୟମରେ ସେ ସମସ୍ତଙ୍କୁ ମତଦାନ ସାମିଲ ହେବାକୁ ବାର୍ତ୍ତା ଦେଇଛନ୍ତି । ବିନା ଚାପ ଓ ଲୋଭରେ ନ ପଡି ତଥା କାହା ଦ୍ବାରା ପ୍ରଭାବିତ ନ ହୋଇ ମତଦାନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମାନସ । ଏହା ଦ୍ବାରା ଭଲ ସରକାର ଗଠନ ସହ ଦେଶର ବିକାଶ ହୋଇଥାଏ ବୋଲୀ ବଲୁକା କଳା ମାଧ୍ୟମରେ ବଲୁକା ଶିଳ୍ପୀ ମାନସ ସାହୁ ବାର୍ତା ଦେଇ ଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ, ମିଶ୍ର

For All Latest Updates

ABOUT THE AUTHOR

...view details