ପୁରୀ: ସାରା ବିଶ୍ବରେ ଏବେ ରାଜ କରୁଛି କୋରୋନା । ଯାହାକୁ ନେଇ ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ସରକାର । ତେବେ ଏହାକୁ ଧର୍ଯ୍ୟର ସହିତ ଭାରତବାସୀ ଏକାଠି ହୋଇ ପାଳନ କରିବାକୁ ବାର୍ତା ଦେଇଥିବା ‘ମୁସ୍କରାଏଗା ଇଣ୍ଡିଆ’ ଗୀତ ଏବେ ସାରା ଦେଶରେ ଚହଳ ପକାଇଛି । ଏହି ସୁନ୍ଦର ଗୀତକୁ ନେଇ ପୁରୀରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ଏକ ଅତ୍ୟନ୍ତ ଆକର୍ଷଣୀୟ ସ୍ୟାଣ୍ଡ ଆର୍ଟ ଆନିମେସନ ବନାଇଛନ୍ତି ।
ମୁସ୍କୁରାଏଗା ଇଣ୍ଡିଆ ଗୀତକୁ ନେଇ ସୁଦାମଙ୍କ ସ୍ୟାଣ୍ଡ ଆନିମେସନ - ମୁସ୍କରାଏଗା ଇଣ୍ଡିଆ
କୋରୋନା ବିରୋଧରେ ଧୈର୍ଯ୍ୟର ସହିତ ଭାରତବାସୀ ଏକାଠି ହୋଇ ପାଳନ କରିବାକୁ ବାର୍ତ୍ତା ଦେଇଥିବା ‘ମୁସ୍କରାଏଗା ଇଣ୍ଡିଆ’ ଗୀତ ଏବେ ସାରା ଦେଶରେ ଚହଳ ପକାଇଛି । ଏହି ସୁନ୍ଦର ଗୀତକୁ ନେଇ ପୁରୀରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ଏକ ଅତ୍ୟନ୍ତ ଆକର୍ଷଣୀୟ ସ୍ୟାଣ୍ଡ ଆର୍ଟ ଆନିମେସନ ବନାଇଛନ୍ତି । ଅଧିକ ପଢନ୍ତୁ...
![ମୁସ୍କୁରାଏଗା ଇଣ୍ଡିଆ ଗୀତକୁ ନେଇ ସୁଦାମଙ୍କ ସ୍ୟାଣ୍ଡ ଆନିମେସନ Sudam did sand art animation for the anti-Corona warriors](https://etvbharatimages.akamaized.net/etvbharat/prod-images/768-512-6725933-thumbnail-3x2-sandart.jpg)
କୋରୋନା ବିରୋଧୀ ଯୋଦ୍ଧାଙ୍କ ପାଇଁ ସ୍ୟାଣ୍ଡ ଆର୍ଟ ଆନିମେସନ କଲେ ସୁଦାମ
କୋରୋନା ବିରୋଧୀ ଯୋଦ୍ଧାଙ୍କ ପାଇଁ ସ୍ୟାଣ୍ଡ ଆର୍ଟ ଆନିମେସନ କଲେ ସୁଦାମ
ଯେଉଁ ସ୍ୟାଣ୍ଡ ଆର୍ଟ ଆନିମେସନରେ କୋଭିଡ଼ 19 ଭୁତାଣୁଠାରୁ ଜନସାଧାରଣଙ୍କୁ ରକ୍ଷା ପାଇବା ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ଡାକ୍ତର , ମେଡ଼ିକାଲ କର୍ମଚାରୀ, ପୋଲିସ , ଗଣମାଧ୍ୟମ , ସମାଜସେବୀ , ସାମାଜିକ ସଂଗଠନ ସମେତ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରାଯାଇଛି । ଏହା ସହ ଏହି ସ୍ୟାଣ୍ଡ ଆର୍ଟ ଆନିମେସନରେ ଜନସାଧାରଣଙ୍କୁ ଘରେ ରୁହନ୍ତୁ ,ସୁରକ୍ଷିତ ରୁହନ୍ତୁ ବୋଲି ବାର୍ତ୍ତା ମଧ୍ୟ ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ