ଓଡିଶା

odisha

ETV Bharat / state

ବାଲୁକା ଆନିମେସନ ମାଧ୍ୟମରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମାର ଝଲକ - ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ ମାଧ୍ୟମରେ ଜଗତର ନାଥ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମାର ୨ ମିନିଟ ୫୦ ସେକେଣ୍ଡର ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

ବାଲୁକା ଆନିମେସନ  ମାଧ୍ୟମରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମାର ଝଲକ
ବାଲୁକା ଆନିମେସନ ମାଧ୍ୟମରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମାର ଝଲକ

By

Published : Jun 23, 2021, 8:49 PM IST

ପୁରୀ:ବାଲୁକା ଆନିମେସନ ମାଧ୍ୟମରେ ଜଗତର ନାଥ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମାର ଝଲକ। ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ ମାଧ୍ୟମରେ ଜଗତର ନାଥ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମାର ୨ ମିନିଟ ୫୦ ସେକେଣ୍ଡର ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି ।

ବାଲୁକା ଆନିମେସନ ମାଧ୍ୟମରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମାର ଝଲକ

ସେ ଏହି ବାଲୁକା ଆନିମେସନରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଭଗିନୀ ସୁଭଦ୍ରାଙ୍କର ପହଣ୍ଡି ବିଜେ ଠାରୁ ଆରମ୍ଭ କରି ସ୍ନାନ ବେଦୀରେ ସ୍ନାନ କରିବାର ଦୃଶ୍ୟ ଦେଖାଇବା ସହିତ ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଛେରାପହଁରାର ନୀତି ଅତ୍ୟନ୍ତ ସୁନ୍ଦର ଭାବରେ ବାଲୁକା ଆନିମେସନରେ ଦର୍ଶାଇଛନ୍ତି ।

ଏଥିରେ ପ୍ରଭୁଙ୍କର ଦୁର୍ଲ୍ଲଭ ହାତୀ ବେଶର ଦୃଶ୍ୟ ଭକ୍ତମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି । ଲକଡାଉନ ସମୟରେ ବାଲୁକା କଳା ମାଧ୍ୟମରେ ପ୍ରଭୁଙ୍କର ଏହି ନୀତିକୁ ସାରା ବିଶ୍ବରେ ଥିବା ଜଗନ୍ନାଥ ପ୍ରେମୀଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ।

ଏହି ବାଲୁକା ଆନିମେସନ ଫିଲ୍ମକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଯେ, କୋରୋନା ରୂପି ରାକ୍ଷସ କବଳରୁ ସାରା ବିଶ୍ବକୁ ରକ୍ଷା କରନ୍ତୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details