ଓଡିଶା

odisha

ETV Bharat / state

କୋରୋନା ଯୋଦ୍ଧାଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା - sameer ranjan das praised to nimapara heath workers

ପୁରୀ ଜିଲ୍ଲା ନିମାପଡା ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନଙ୍କୁ କୋରୋନା ଯୋଦ୍ଧା ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସମ୍ବର୍ଦ୍ଧିତ କରିଛନ୍ତି । ଅଧିକ ପଢନ୍ତୁ...

କୋରନା ଯୋଦ୍ଧାଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
କୋରନା ଯୋଦ୍ଧାଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

By

Published : Nov 19, 2020, 1:40 PM IST

ପୁରୀ: ଡାକ୍ତର ଓ କର୍ମଚାରୀମାନଙ୍କୁ କୋରୋନା ଯୋଦ୍ଧା ଭାବେ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା । ପୁରୀ ଜିଲ୍ଲା ନିମାପଡା ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କୁ କୋରୋନା ଯୋଦ୍ଧା ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସମ୍ବର୍ଦ୍ଧିତ କରିଛନ୍ତି ।

କୋରନା ଯୋଦ୍ଧାଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

2019-2020 ମସିହାରେ ନିମାପଡା ସ୍ବାସ୍ଥ୍ୟକେନ୍ଦ୍ରକୁ କାୟକଳ୍ପ ପୁରସ୍କାର ମିଳିବା ଏବଂ ମହାମାରୀ ସମୟରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରର ଇଂଚାର୍ଜ ଡ଼ଃ କ୍ଷମାନିଧି ସେଠୀ, ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ଇଂଚାର୍ଜ ଡ଼ଃ ପ୍ରଶାନ୍ତ ସାମନ୍ତରାୟ, ଡ଼ଃ ସୁବ୍ରତ ମହାପାତ୍ର, ଡ଼ଃ ମିନଶ୍ରୀ ଓ ଫାର୍ମାସିଷ୍ଟ ଆଇ.ତ୍ରିନାଥ ପାତ୍ରଙ୍କ ସମତେ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ସନାତନ ପ୍ରଧାନ, ପଦ୍ମଚରଣ ସାହୁ ପ୍ରମୁଖି ଉପସ୍ଥିତ ଥିଲେ ।

କୋରନା ଯୋଦ୍ଧାଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

କୋଭିଡ ଯୋଦ୍ଧାଙ୍କ ତ୍ୟାଗ ସଦା ସର୍ବଦା ସ୍ମରଣୀୟ ରହିବ ବୋଲି ମନ୍ତ୍ରୀ ମତ ରଖିଥିଲେ । ସେହିପରି କୋଭିଡ ଯୋଦ୍ଧାଙ୍କୁ ସମସ୍ତେ ସହଯୋଗର ମନୋବୃତ୍ତି ରଖିବା ଉଚିତ ବୋଲି ସଭାର ବକ୍ତାମାନେ ପ୍ରକାଶ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details