ଓଡିଶା

odisha

ETV Bharat / state

ପୁରୀରେ ନାମାଙ୍କନ ପତ୍ର ଦାଖଲ କଲେ ସମ୍ବିତ ପାତ୍ର - ପୁରୀ

ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଶୁକ୍ରବାର ନିଜ ଶହଶହ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ପିପିଲି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ଓମ ପ୍ରକାଶ ମିଶ୍ର ମଧ୍ୟ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Mar 29, 2019, 9:22 PM IST

ପୁରୀ: ପୁରୀରେ ଏଥର ପଦ୍ମ ଫୁଟାଇବାକୁ ଅଣ୍ଟା ଭିଡିଛି ବିଜେପି ।ବିଜେପିକୁ କ୍ଷମତାକୁ ଆଣିବାକୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ତେବେ ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଶୁକ୍ରବାର ନିଜ ଶହଶହ ସମର୍ଥକଙ୍କ ସହନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ପିପିଲି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ଓମ ପ୍ରକାଶ ମିଶ୍ର ମଧ୍ୟ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଗୁଣ୍ଡିଚା ମନ୍ଦିରରୁ ବିଜେପିର ଏକ ବିରାଟ ରାଲି ଅନୁଷ୍ଠିତ ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି ରାଲିରେ ପୁରୀ ଜିଲ୍ଲାର ବିଜେପି କର୍ମୀ ଓ ବରିଷ୍ଠ ନେତା ମାନେ ଯୋଗ ଦେଇଥିଲେ। ପାରମ୍ପରିକ ବାଜା ଓ ନୃତ୍ୟର ତାଳେ ତାଳେ ରାଲି ଆସି ପହଞ୍ଚି ଥିଲା ପୁରୀ ଜିଲ୍ଲାପାଳଙ୍କ ଅଫିସ ଆଗରେ । ଏହା ପରେ ସମ୍ବିତ ପାତ୍ର ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମୋଦି ସରକାରଙ୍କ ଜନ ହିତକର କାର୍ଯ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏଥର କେନ୍ଦ୍ର ଓ ରାଜ୍ୟରେ ବିଜେପି ବହୁମତରେ ଜିତିବ ବୋଲି କହିଛନ୍ତି ସମ୍ବିତ ପାତ୍ର ।

ସେପଟେ ବିଜେଡି ସର୍ବଦା ରାଜ୍ୟର ବିକାଶରେ ବିଫଳ ହୋଇଛି ଏବଂ ନବୀନ ସରକାରଙ୍କ ଏହି ବିଫଳତାକୁ ପ୍ରସଙ୍ଗ କରି ବିଜେପି କ୍ଷମତାକୁ ଆସିବବୋଲି ବିଧାୟକ ପ୍ରାର୍ଥୀ କହିଛନ୍ତି।

ତେବେ ବିଜେଡି ଗଡ଼ ଭାବରେ ପରିଚିତ ପୁରୀ ଲୋକସଭା ଆସନରେ ଆଗାମୀ ଦିନରେ କିଏ ରାଜ କରିବ । ଘରେ ଘରେ ଶଙ୍ଖ ବାଜୁଥିବା ପୁରୀରେ ବିଜେପି କିପରି ପଦ୍ମ ଫୁଟାଇବ ଏବଂ ବିକାଶ ପ୍ରସଙ୍ଗକୁ ନିର୍ବାଚନୀ ମୁଦା କରି କିପରି ସଫଳତା ହାସଲ କରିବ ତାହା ଆଗାମି ଦିନରେ ହିଁ ଜଣାପଡିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details