ଭୁବନେଶ୍ବର: ଜୋର ଧରିଲା ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗ । ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ଼ଃ ସମ୍ବିତ ପାତ୍ର ଶନିବାର ସରକାରଙ୍କ ଉପରେ ବର୍ଷିଛନ୍ତି । ବେଆଇନ ଭାବେ ଧର୍ମଶାଳାକୁ ପ୍ଲଟିଂ କରି ରାଜ୍ୟ ସରକାର ଓ ପୁରୀ ପ୍ରଶାସନ ଲଜିଂ ମାଲିକଙ୍କୁ ବିକ୍ରି କରୁଛନ୍ତି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି ସମ୍ବିତ ପାତ୍ର । ଶନିବାର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି ସୂଚନା ଦେଇଛନ୍ତି ସେ ।
ଦିନିକିଆ ଗସ୍ତରେ ଆସି ସେ ପୁରୀର ବଗଲା ଧର୍ମଶାଳା ବୁଲି ଦେଖିବେ । ଏହାର ସବିଶେଷ ତଥ୍ୟକୁ ନେଇ ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବିଦକ ସମ୍ମିଳନୀ ମଧ୍ୟ ଡାକିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେବେ ବଗଲା ଧର୍ମଳଶାଳାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଥିବା ସେ କହିଛନ୍ତି । ତେବେ ଏହାର ଜବାବ ଦେଇଛି ବିଜେଡି ।
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଏହି ବିଷୟରେ ଆଇନ ବିଭାଗ କହିପାରିବ । ମୋ ପାଖରେ କୌଣସି ତଥ୍ୟ ନାହିଁ । ଆରୋପ ନକରି ତଥ୍ୟକୁ ଦେଖିବା ଉଚିତ୍ । ଲୋକଙ୍କ ଭାବାବେଗକୁ ନେଇ ସରକାର ନିଷ୍ପତ୍ତି ନେଇଥିବେ ବୋଲି ସେ କହିଛନ୍ତି ।
ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗ: ଦିନିକିଆ ଗସ୍ତରେ ଆସି ଧାରଣାରେ ବସିଲେ ସମ୍ବିତ ପାତ୍ର ପ୍ରକାଶଥାଉ କି, ୧୯୦୫ ମସିହାରେ ବଗଲା ଧର୍ମଶାଳାକୁ ଦାନ ସୂତ୍ରରେ ପାଇଥିଲା ଜିଲ୍ଲା ପ୍ରଶାସନ । ଏଠାରେ ଗରିବ ଲୋକଙ୍କୁ କମ୍ ମୂଲ୍ୟରେ ରହିବାର ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ କହ୍ନେଇଲାଲ ବଗଲା ଏହି ଦାନ କରିଥିଲେ । ବର୍ତ୍ତମାନ କିନ୍ତୁ ବଗଲା ଧର୍ମଶାଳାର ଜମିକୁ ଘରୋଇ ଲଜ୍ ତିଆରି ପାଇଁ କିଛି ବ୍ୟକ୍ତିବିଶେଷଙ୍କୁ ଦେବା ନେଇ ଯୋଜନା ହେଉଥିବା ଅଭିଯୋଗ ହେଉଛି । ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ ହାଇକୋର୍ଟରେ ଆଉ ଏକ ମାମଲା ମଧ୍ୟ ଦାଖଲ ହୋଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ