ଓଡିଶା

odisha

ETV Bharat / state

ମଠ ଉଛେଦ ନେଇ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଲେ ସାଧୁସନ୍ଥ - ସୁପ୍ରିମକୋର୍ଟଙ୍କୁ ସାଧୁସନ୍ଥଙ୍କ ଚିଠି

ପୁରୀରେ ମଠ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କୁ ସାଧୁସନ୍ଥଙ୍କ ଚିଠି । ଉଚ୍ଛେଦରେ ରହିତାଦେଶ ପାଇଁ ଆବେଦନ କଲେ ସାଧୁସନ୍ଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Sep 4, 2019, 10:49 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ମଠ ଉଚ୍ଛେଦ ଏବେ ବିବାଦୀୟ ମୋଡ ନେଇଛି । ମଠ ମହନ୍ତ ଓ ମଠାଧିଶମାନେ ସୁପ୍ରିମକୋର୍ଟର ମୁଖ୍ଯ ବିଚାରପତିଙ୍କୁ ପଠାଇଛନ୍ତି ଦସ୍ତଖତ ସମ୍ବଳିତ ଏକ ଓପନ୍ ଲେଟର ।

ରାଜ୍ଯ ସରକାର ମଠ ଉଚ୍ଛେଦ ନାଁରେ ଐତିହ୍ଯ ସଂସ୍କୃତି ଧ୍ୱଂସ କରୁଛନ୍ତି । ତେଣୁ ଆମିକସ କ୍ଯୁରୀ ଓ ସଲିସିଟର ଜେନେରାଲ ଆସନ୍ତା ୬ ତାରିଖରେ ଦୁଇଦିନିଆ ଗସ୍ତରେ ପୁରୀ ଆସୁଥିବାରୁ ସେତେଦିନ ପର୍ଯ୍ୟନ୍ତ ଉଚ୍ଛେଦରେ ରହିତାଦେଶ ପାଇଁ ଅନୁରୋଧ କରାଯାଇଛି ।

ଶ୍ରୀମନ୍ଦିର ସୁରକ୍ଷା ଜୋନଠୁ ନେଇ ୭୫ ମିଟର ପର୍ଯ୍ୟନ୍ତ ହେଉଥିବା ଉଚ୍ଛେଦ ପ୍ରକ୍ରିୟାରେ ୧୮ରୁ ଉର୍ଦ୍ଧ୍ବ ମଠ ଭଙ୍ଗାଯିବ । ସରକାର ଯେଭଳି ଏକତରଫା ଭାବେ ମଠ ଉଛେଦ କରିଚାଲିଛନ୍ତି ତାକୁ ସାଧୁ ସନ୍ଥମାନେ ନିନ୍ଦା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details