ଓଡିଶା

odisha

ETV Bharat / state

ସାହିଯାତକୁ ନେଇ ଦୁଲୁକୁଛି ଶ୍ରୀକ୍ଷେତ୍ର, ଅନୁଷ୍ଠିତ ହେଲା ରାବଣ ଦ୍ୱାରା ସେତୁ ବନ୍ଧ ପ୍ରତିଷ୍ଠା ଦିବସ

ସାହିଯାତକୁ ନେଇ ଦୁଲୁକୁଛି ଶ୍ରୀକ୍ଷେତ୍ର । ଅନୁଷ୍ଠିତ ହେଲା ରାବଣ ଦ୍ୱାରା ସେତୁ ବନ୍ଧ ପ୍ରତିଷ୍ଠା ଦିବସ । ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ କଥା ବସ୍ତୁ ନେଇ ଅତି ସୁନ୍ଦର ଭାବେ ପରିବେଷଣ ହେଉଛି ସାହିଯାତ । ଅଧିକ ପଢ଼ନ୍ତୁ

ସାହିଯାତକୁ ନେଇ ଦୁଲୁକୁଛି ଶ୍ରୀକ୍ଷେତ୍ର
ସାହିଯାତକୁ ନେଇ ଦୁଲୁକୁଛି ଶ୍ରୀକ୍ଷେତ୍ର

By

Published : Apr 8, 2023, 10:55 PM IST

ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ କଥା ବସ୍ତୁ ନେଇ ଅତି ସୁନ୍ଦର ଭାବେ ପରିବେଷଣ ହେଉଛି ସାହିଯାତ

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ସାହିଯାତ ।‌ ରାମ ନବମୀଠାରୁ ଆସନ୍ତା ଏପ୍ରିଲ ୧୨ ତାରିଖ ଯାଏଁ ଏହା ଚାଲିବ । ସାହିଯାତର ପ୍ରଥମ ଦିବସରେ ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ ଲୀଳା ପ୍ରଦର୍ଶନ ହୋଇଛି । ପାରମ୍ପରିକ ବୀର ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର ମାଟି। ପ୍ରଭୁ ଶ୍ରୀରାମଙ୍କ କଥା ବସ୍ତୁ ପରିବେଷଣ । ପ୍ରଭୁ ଶ୍ରୀରାମଙ୍କ କଥା ବସ୍ତୁ ନେଇ ରାବଣ ଦ୍ୱାରା ସେତୁ ବନ୍ଧ ପ୍ରତିଷ୍ଠା ଦିବସ ଆୟୋଜନ କରାଯାଇଥିଲା । ଯାହାର ଆନନ୍ଦ ନେଉଛନ୍ତି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ । ଶ୍ରୀ ରାମଲୀଳା ଅବସରରେ ରାବଣ ଦ୍ୱାରା ସେତୁ ବନ୍ଧ ପ୍ରତିଷ୍ଠା ଦିବସ ପାଳନ ହୋଇଛି ।

ଆଜି ସାହିଜାତରେ ପ୍ରଭୁ ଶ୍ରୀ ରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଅନୁଷ୍ଠିତ ହେବ । ଏହି ନାଟକ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଉତ୍କଣ୍ଠାରେ ଅପେକ୍ଷା କରିଛନ୍ତି । ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ କଥା ବସ୍ତୁ ଅତି ସୁନ୍ଦର୍ ଭାବେ ପରିବେଷଣ ହେଉଛି । ସାହିଜାତରେ ରାବଣ ଦ୍ୱାରା ସେତୁ ବନ୍ଧ ପ୍ରତିଷ୍ଠା ବିଧି ସମ୍ପନ୍ନ ହେଇଛି । ବାଲି ସାହି ବାସିନ୍ଦାଙ୍କ ପକ୍ଷରୁ ଏହି ପ୍ରସ୍ତାବ ଅନୁଷ୍ଠିତ ହୋଇଥିଲା । ବାଲି ସାହି ଆଖଡ଼ା ଦ୍ବାରା ବାହାରି ଥିବା ପଟୁଆରରେ ପ୍ରଭୁ ଶ୍ରୀ ରାମ, ଶ୍ରୀ ଲକ୍ଷଣ ଓ ହନୁମାନ ଚରିତ୍ର ସାମିଲ ହୋଇଥିଲା । ରାବଣ ପଟୁଆର ଯାଇ ହରଚଣ୍ଡି ସାହିରେ ନୃତ୍ୟ ପରିବେଷଣ କରିଥିଲେ । ଜମେସ୍ଵର ମହାଦେବଙ୍କୁ ପୂଜା କରିବା ପରେ ଜଗନ୍ନାଥ୍ ବଲ୍ଲଭ ମଠରେ ସେତୁ ବନ୍ଧ ପ୍ରତିଷ୍ଠା ନିତି ଅନୁଷ୍ଠିତ ହୋଇ ଥିଲା । ବାଲି ସାହିର ହିଞ୍ଜିଳି ଜାଗା ପକ୍ଷରୁ ବିଶ୍ଵନାଥ ମହାସୁଆର ରାବଣ ଚରିତ୍ର ପରିବେଷଣ କରିଥିଲେ ।

ଆଜି ସାହୁଜାତ ବାହାରି ହରଚଣ୍ଡି ସାହି ପରିଭ୍ରମଣ କରିଛି । ନାଟକୀୟ ଢଙ୍ଗ ରେ ପ୍ରଭୂ ଶ୍ରୀ ରାମ ଓ ରାବଣ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ବାଲି ସାହି ହରଚଣ୍ଡି ସାହି ରଣ କ୍ଷେତ୍ର ପାଲଟିଥିଲା । ଆଜି ରାବଣ ବାହାରି ବାଲିସାହି ଭ୍ରମଣ କରିବା ସହ ରାତିରେ ହରଚଣ୍ଡୀ ସାହି ଭ୍ରମଣ କରି ଜଗନ୍ନାଥ ବଲ୍ଲଭରେ ରାବଣ ବଧ ନୀତି ଅନୁଷ୍ଠିତ ହେବ । ପବିତ୍ର ରାମ ନବମୀରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ସାହିଯାତ । ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ ଲୀଳା ସାହିଯାତର ପ୍ରଥମ ଦିବସରେ ପ୍ରଦର୍ଶନ ହେଉଛି । ପାରମ୍ପରିକ ବୀର ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର ମାଟି । ସାହିଯାତରେ ରାମଲୀଳା ସହ ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ନାଗା, ମେଢ଼ ସମେତ ପାରମ୍ପରିକ କ୍ରୀଡ଼ା ଆଦି ପ୍ରଦର୍ଶନ କରାଯାଉଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details