ଓଡିଶା

odisha

By

Published : Dec 6, 2022, 11:03 PM IST

ETV Bharat / state

ଅମର ଆତ୍ମାର ପ୍ରବାଦ ପୁରୁଷ ଜୟୀ ରାଜଗୁରୁ

ବୀରହରେକୃଷ୍ଣପୁର ଗ୍ରାମ ଠାରେ ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ । ଜୟୀ ରାଜଗୁରୁ ସ୍ବାଧୀନତା ସଂଗ୍ରାମୀ ଭାବେ ଯେଉଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ତାହା ଅନନ୍ୟ ଓ ଅବିସ୍ମରଣୀୟ । ଅଧିକ ପଢନ୍ତୁ

ଅମର ଆତ୍ମାର ପ୍ରବାଦ ପୁରୁଷ ଜୟୀ ରାଜଗୁରୁ
ଅମର ଆତ୍ମାର ପ୍ରବାଦ ପୁରୁଷ ଜୟୀ ରାଜଗୁରୁ

ପୁରୀ:ଶହୀଦ ଜୟୀ ରାଜଗୁରୁ ଚିର ଅମର । ତାଙ୍କ ବିରତ୍ବ, ସାହସ ଓ ଦେଶପ୍ରେମ ଯୁଗ ଯୁଗ ପାଇଁ ମାନବ ସମାଜକୁ ପ୍ରେରଣା ଦେଇ ଚାଲିଥିବ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓ ଶ୍ରୀ ଗୋପିନାଥ ଦେବସ୍ଥାନ ସମିତି ପକ୍ଷରୁ ପୁରୀ ବୀରହରେକୃଷ୍ଣପୁର ଗ୍ରାମ ଠାରେ ଶହୀଦ ଜୟୀ ରାଜଗୁରୁ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା ।

ଅମର ଆତ୍ମାର ପ୍ରବାଦ ପୁରୁଷ ଜୟୀ ରାଜଗୁରୁ

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ବିଧାୟକ ଜୟୀ ରାଜଗୁରୁ ପ୍ରଥମ ସ୍ବାଧୀନତା ସଂଗ୍ରାମୀ ଭାବେ ଯେଉଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ତାହା ଅନନ୍ୟ ଓ ଅବିସ୍ମରଣୀୟ । ତାଙ୍କ କାର୍ଯ୍ୟଧାରା ଓ ଆଦର୍ଶ କୁ ଅଧିକ ପ୍ରଚାର, ପ୍ରସାର କରିବା ଆମ ସମସ୍ତଙ୍କ ଦାୟିତ୍ବ ବୋଲି ସେ ଆହ୍ବାନ ଦେଇଥିଲେ ।

ଅନ୍ୟପଟେ ଅତିରିକ୍ତ ଜିଲ୍ଲା ପ୍ରଶାସନ ପ୍ରଦୀପ କୁମାର ସାହୁ କହିଛନ୍ତି, ୧୭୩୯ ମସିହା ଅଁଳା ନବମୀ ତିଥିରେ ଜନ୍ମ ହୋଇ ୧୮୦୬ ଆଜିର ଦିବସରେ ଶହୀଦ ହୋଇଥିବା ଜୟୀ ରାଜଗୁରୁଙ୍କ ଦେଶପ୍ରୀତି ଅତୁଳନୀୟ ଏଥିସହ ବର୍ତ୍ତମାନ ଓ ଭବିଷ୍ୟତର ପିଢି ତାଙ୍କ ଆଦର୍ଶ ଓ ଦେଶ ସେବାରେ ଅନୁପ୍ରାଣିତ ହେବାକୁ ଅନୁରୋଧ କରିଥିଲେ । ଶ୍ରୀ ଗୋପିନାଥ ଦେବସ୍ଥାନ ସମିତିର ସଭାପତି ପ୍ରଣବାନନ୍ଦ ରଥଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜୟୀ ରାଜଗୁରୁ ସ୍ମୃତି ପରିଷଦର ସଂପାଦକ ଡଃ ଜଟାଧାରୀ ମିଶ୍ର, ସରପଞ୍ଚ ପ୍ରତିନିଧି ଉଲ୍ଲାସ ଚନ୍ଦ୍ର ଜେନା, ପ୍ରକାଶ ଚନ୍ଦ୍ର ରଥ, ରବିନାରାୟଣ ମିଶ୍ର,ସମିତି ସଭ୍ୟ ଅଜୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ତେବେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଜୟୀ ରାଜଗୁରୁଙ୍କ ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତକ ପାଇକ ରେବିଲିଅନ ୧୮୦୪ କୁ ଜଟାଧାରୀ ମିଶ୍ର ଅତିଥିମାନଙ୍କୁ ଉପହାର ଦେଇଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details