ଓଡିଶା

odisha

ETV Bharat / state

ପରିତ୍ୟକ୍ତ ଅବସ୍ଥାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ - ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

ବ୍ରହ୍ମଗିରି ବ୍ଲକ ସାଲେପୁର ଗ୍ରାମରେ ହୋଇଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବେ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ଅଧିକ ପଢନ୍ତୁ....

ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ
ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

By

Published : Aug 24, 2021, 11:55 AM IST

ବ୍ରହ୍ମଗିରି:ପ୍ରତି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ କାହିଁ କେତେ ଯୋଜନା । ଏହି ଯୋଜନା ପହଞ୍ଚିଛି ସତ କିନ୍ତୁ ଏହାର ରକ୍ଷଣାବେକ୍ଷଣ କେତେ ଦୂର ହୋଇପାରୁଛି ତାହା ପୁରୀ ବ୍ରହ୍ମଗିରି ବ୍ଲକ ସାଲେପୁର ଗ୍ରାମରେ ହୋଇଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଦେଖିଲେ ବେଶ ବାରି ହୋଇପଡୁଛି।

ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

ଜଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଗ୍ରାମରେ ହୋଇଥିଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । କିନ୍ତୁ ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ଅସ୍ୱାସ୍ଥ୍ୟକର ପରିବେଶ ସହିତ ଷ୍ଟାଣ୍ଡ ପୋଷ୍ଟରେ ଟ୍ୟାପ ଲାଗି ନଥିବାରୁ ପାଣି ନିଷ୍କାସନ ନହୋଇ ନର୍ଦମା ଭଳି ପରିବେଶ ସୃଷ୍ଟି ହୋଇଛି ।

ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ପୁରୁଣା ହୋଇ ଯାଇଥିବାରୁ ତାହା ଭାଙ୍ଗି ନଷ୍ଟ ହୋଇ ଗଲାଣି । ଲୋକେ ଅସ୍ୱାସ୍ଥ୍ୟକର ପରିବେଶରେ ପାଣି ନେଉଥିବା ସହ ଜମି ରହିଥିବା ପାଣିରେ ସନ୍ତସନ୍ତିଆ ଜାଗାରେ ମଶା ମାଛିଙ୍କର ପ୍ରାଦୁର୍ଭାବ ବଢ଼ି ଚାଲିଛି | ଫଳରେ ଅନେକ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି ।

ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details