ଓଡିଶା

odisha

By

Published : Jun 2, 2020, 2:51 PM IST

ETV Bharat / state

ଆଜି ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି, ଶିଶୁପାଳଙ୍କୁ ବାନ୍ଧିବେ ଶ୍ରୀଠାକୁର

ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ପରେ ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହୋଇଥାଏ ।

rukmuni harana niti in sreemandir
ଆଜି ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି

ପୁରୀ: ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ପରେ ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହୋଇଥାଏ । ତେବେ ଆଜି ମହାପ୍ରଭୁଙ୍କ ବିବାହ ନୀତି ପାଇଁ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଛି ।

ଆଜି ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି

ପ୍ରଥମ ଭୋଗମଣ୍ଡପ ନୀତି ପରେ ରୁକ୍ମଣୀ ହରଣ ନୀତି ପାଇଁ ମହାଲକ୍ଷ୍ମୀ ବିମଳାଙ୍କ ମନ୍ଦିରକୁ ବିଜେ କରିବେ। ମହାପ୍ରଭୁଙ୍କ ନିକଟକୁ ଚିଠାଉ ପଠାଯିବା ପରେ ମଦନମୋହନ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ବିମାନକୁ ବିଜେ କରିବେ। ସରସ୍ୱତୀଙ୍କ ମନ୍ଦିର ନିକଟରେ ମହାପ୍ରଭୁ ରୁକ୍ମଣୀଙ୍କୁ ହରଣ କରିବା ସମୟରେ ଶିଶୁପାଳ ତାଙ୍କୁ ବିରୋଧ କରିବେ। ମହାପ୍ରଭୁ ଜଗନ୍ନାଥ ଶିଶୁପାଳଙ୍କୁ ବାନ୍ଧି ପକାଇବେ। ଏହା ଦେଖି ବଳଭଦ୍ର ମହାପ୍ରଭୁ ଶିଶୁପାଳଙ୍କୁ ମୁକ୍ତ କରିଦେବେ ।

ଆଜି ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ବିବାହ ନୀତି ହେବ। ତେବେ କୋଭିଡ 19 କଟକଣା ଯୋଗୁ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରି ନାହାନ୍ତି । ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି ଦେଖିବା ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତ ଉପସ୍ଥିତ ରହିଥାନ୍ତି। କିନ୍ତୁ କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିରକୁ ଭକ୍ତମାନେ ପ୍ରବେଶ ନ କରି ପାରି ମହାପ୍ରଭୁଙ୍କୁ ପତିତପାବନଙ୍କ ନିକଟରେ ମୁଣ୍ଡିଆ ମାରିଛନ୍ତି । ଅନେକ ଭକ୍ତ ମହାପ୍ରଭୁଙ୍କ ଏହି ବିଶେଷ ନୀତି ଦେଖିବାରୁ ବଞ୍ଚିତ ହୋଇ ଥିବା ଯୋଗୁ ଦୁଃଖ ପ୍ରକାଶ କରିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details