ଓଡିଶା

odisha

ETV Bharat / state

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ: 3 ଅଭିଯୁକ୍ତ ଗିରଫ, ଅଳଙ୍କାର ସମେତ ମାରଣାସ୍ତ୍ର ଜବତ - ପୁରୀରୁ ଡକାୟତ ଗ୍ୟାଙ୍ଗ ଗିରଫ

ପିପିଲି ବଳଙ୍ଗା ପୋଲିସକୁ ବଡ ସଫଳତା । ଆନ୍ତଃରାଜ୍ୟ 3 ଅଭିଯୁକ୍ତଙ୍କୁ ଗିରଫ କଲା ବଳଙ୍ଗା ପୋଲିସ ।

_robbery gang arrested
ଡକାୟତ ଗ୍ୟାଙ୍ଗ ଗିରଫ

By

Published : Dec 7, 2019, 3:28 PM IST

ପୁରୀ: ପିପିଲି ବଳଙ୍ଗା ପୋଲିସକୁ ବଡ ସଫଳତା । ଆନ୍ତଃରାଜ୍ୟ 3 ଅଭିଯୁକ୍ତଙ୍କୁ ଗିରଫ କଲା ବଳଙ୍ଗା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବାବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସାମନ୍ତରାୟଙ୍କ ନାମରେ 40ରୁ ଊର୍ଦ୍ଧ୍ବ ମାମଲା ରହିଛି ।

ପିପିଲି ଏସଡିପିଓଙ୍କ କାର୍ଯ୍ୟାଳୟରେ ସାମ୍ଵାଦିକ ସମ୍ମିଳନୀ ମାଧ୍ୟମରେ ଏହାର ଖୁଲାସା କରିଛନ୍ତି ପିପିଲି ଏସଡିପିଓ ଦେବଦତ୍ତ ବରାଳ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ 3 ଶହ ଗ୍ରାମ ସୁନା, 3 ଶହ ରୂପା ଅଳଙ୍କାର, ବ୍ରୋଞ୍ଚ ଚୁଡି, 4500 ଟଙ୍କା ଜବତ କରିଛି । ଏହାସହ ଲୁଟରେ ବ୍ୟବହୃତ 2ଟି କଟୁରୀ, 2 ଗୋଟି ଶାବଳ ଓ ଗୋଟିଏ ଛୁରୀ ସହିତ ଗୋଟିଏ ବୋଲେରୋ ଓ ବାଇକ୍ ଜବତ କରିଛି ।

ଲକ୍ଷାଧିକ ସୁନା-ରୂପା ଜବତ

ଗତ 27 ତାରିଖରେ ବଳଙ୍ଗା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ଆସିଥିଲା । ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଭୁବନେଶ୍ଵରର ସଞ୍ଜୟ ସାମନ୍ତରାୟ, ରଞ୍ଜିତ କେଶରୀ ସ୍ଵାଇଁ । ଲୁଟ୍ ଜିନିଷ କିଣିଥିବା ସୁନା ବ୍ୟବସାୟୀ ଦୀନବନ୍ଧୁ ସାହୁଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଶନିବାର ଏହି 3 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details