ଓଡିଶା

odisha

By

Published : Feb 10, 2020, 9:18 PM IST

ETV Bharat / state

ପୋଲିସ ହାତରେ 8 ଡକାୟତ

ପୁରୀ ପୋଲିସ ଏକ ଡକାୟତି ଗ୍ୟାଙ୍ଗର 8 ଅପରାଧିଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ 640 ଗ୍ରାମ ସୁନା ଅଳଙ୍କାର, 6 କେଜି ରୂପା ଅଳଙ୍କାର ସମେତ ଏକ ବନ୍ଧୁକ, 2ଟି ବାଇକ ଓ 3ଟି କାର ମଧ୍ୟ ଜବତ କରାଯାଇଛି । ଅଧିକ ପଢନ୍ତୁ...

robber gang arrested by puri police
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୁରୀ ପୋଲିସ ଏକ ଡକାୟତି ଗ୍ୟାଙ୍ଗର 8 ଅପରାଧିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ 640 ଗ୍ରାମ ସୁନା ଅଳଙ୍କାର, 6 କେଜି ରୂପା ଅଳଙ୍କାର ସମେତ ଗୋଟିଏ ବନ୍ଧୁକ, 2ଟି ବାଇକ ଓ 3ଟି କାର ମଧ୍ୟ ଜବତ କରାଯାଇଛି ।ପୁରୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେମାନେ ଯୋଜନା କରି ରାତିରେ ଘରେ ପଶି ଲୁଟ୍ କରୁଥିଲେ। ଦୀର୍ଘ ଦିନ ହେବ ଏହି କାର୍ଯ୍ୟ କରୁଥିବା ବେଳେ ଡକାୟତି ଗ୍ୟାଙ୍ଗକୁ ପୁରୀ ପୋଲିସ ଧରିବାରେ ସଫଳ ହୋଇଛି ।

ପୁରୀ ଏସପିଙ୍କ କହିବା ଅନୁସାରେ, ଗତ ଜାନୁଆରୀ 19 ତାରିଖରେ ପୁରୀର ମଙ୍ଗଳପୁର ଅଞ୍ଚଳର ରଞ୍ଜନ ବିଶ୍ୱାଳଙ୍କ ଘରେ ପଶି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ 2ଟି ସୁନା ଚେନ ଓ 40 ହଜାର ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେହିପରି ପୁରୀ ଦକ୍ଷିଣ ନୂଆଗାଁରେ ଚନ୍ଦ୍ରଶେଖର ଦାସଙ୍କ ଘରୁ ମଧ୍ୟ ସମାନ ଢଙ୍ଗରେ ରାତିରେ ପଶି ସୁନା ଚେନ , ମୁଦି ସମେତ 94 ହଜାର ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଥିଲା ପୋଲିସ ନିକଟରେ। ଏ ଘଟଣାର ତଦନ୍ତ କରି ପ୍ରଥମେ ଗ୍ୟାଙ୍ଗର ଜଣେ ସଦସ୍ୟକୁ ଠାବ କରିଥିଲା । ଭୁବନେଶ୍ୱର, କଟକ, ଜଗତସିଂହପୁରର କିଛି ଅପରାଧି ଏକାଠି ହୋଇ ଚୋରି କରୁଥିବା ଜଣାପଡିଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details