ପୁରୀ:ଦୁଇ ଦିନ ପରେ ନୂଆ ବର୍ଷ । ଏବେ ଠାରୁ ପୁରୀକୁ ପର୍ଯ୍ୟଟକଙ୍କ ସମାଗମ ହେଲାଣି । ଜିରୋ ନାଇଟ୍ସ ସେଲିବ୍ରେସ ପାଇଁ ପୁରୀରେ ଜମୁଛି ଲୋକଙ୍କ ଗହଳି । ଏନେଇ ଏବେ ଠାରୁ ସଜାଗ ହୋଛି ପୁରୀ ଆରଟିଓ । ସୁରକ୍ଷିତ ଯାତାୟତ ପାଇଁ ପୁରୀ ଆରଟିଓ ଓ ପୋଲିସ ପକ୍ଷରୁ କଡ଼ା କଡି ଚେକିଂ କରାଯିବ । ସେପଟେ ଜାନୁଆରୀ ପ୍ରଥମ ସପ୍ତାହରେ ପୁରୀରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେବ। ସଡକ ସୁରକ୍ଷା ନିୟମ ଅନୁପାଳନ ପାଇଁ ପୁରୀ ଜିଲ୍ଲାର ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୁରୀ ଆରଟିଓ ।
ନୂଆ ବର୍ଷକୁ ଦୃଷ୍ଟିରେ ରଖି ପୁରୀ ଆରଟିଓ ପକ୍ଷରୁ ଚେକିଂ ଜୋରଦାର କରାଯିବ । ମଦ୍ୟପାନ କରି ଗାଡି ଚଳାଇ ଧରାପଡିଲେ ମୋଟା ଅଙ୍କର ଫାଇନ ଗଣିବାକୁ ପଡିବ । ମୋଟର ଭେଇକିଲ ଆକ୍ଟ ଅନୁଯାୟୀ ଚାଳକକୁ 10 ହଜାର ଜରିମାନା ସହ 3 ମାସ ଲାଇସେନ୍ସ ରଦ୍ଧ ହେବା ବୋଲି ଆରଟିଓ ପକ୍ଷରୁ କୁହାଯାଇଛି । ନୂଆ ବର୍ଷ ରାତିରେ ମଦ୍ୟପାନ କାରି ଗାଡି ନଚଳାଇବାକୁ ସତର୍କ କରିଛନ୍ତି ପୁରୀ ଆରଟିଓ ରବିନ ପଟ୍ଟନାୟକ। ଆସନ୍ତା ଜାନୁଆରୀ 1ରୁ 7 ତାରିଖ ଯାଏଁ ପୁରୀରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେବ। ପ୍ରତି ଟ୍ରିଫିକ ପୋଷ୍ଟରେ ଚେକିଂ କଡାକିଡ ହେବ । ଯଦି କେହି ନିୟମ ଉଲ୍ଲଂଘନ କରି ଗାଡି ଚଳାନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାଇକ୍ ଚାଳକ ହେଲମେଟ ନ ପିନ୍ଧିଲେ, କାର ଚାଳକ ସିଟ୍ ବେଲ୍ଟ ନପିନ୍ଧିଲେ ଜରିମାନା ସହ ଲାଇସେନ୍ସ ରଦ୍ଧ କରାଯିବ। 16 ବର୍ଷରୁ କମ ବୟସ ପିଲାଙ୍କୁ ଗାଡି ନଦେବାକୁ ଅଭିଭାବକଙ୍କୁ ଆରଟିଓ ପକ୍ଷରୁ ଅପିଲ କରାଯାଇଛି । ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଜରିମାନା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।