ଓଡିଶା

odisha

ETV Bharat / state

ଶିଶୁ ସୈନିକଙ୍କ ସଚେତନତା, 'ସଡ଼କ ସୁରକ୍ଷା ପରିବାର ରକ୍ଷା'ର ଦେଲେ ବାର୍ତ୍ତା - Road Safety

Road Safety Week Celebrated : ଜାନୁଆରୀ ୧ ତାରିଖଠାରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ଶିଶୁ ସୈନିକ ବାଣ୍ଟୁଛନ୍ତି ସଡ଼କ ସୁରକ୍ଷା ବାର୍ତ୍ତା । ଆଗକୁ ପଢ଼ନ୍ତୁ,

ସଡ଼କ ସୁରକ୍ଷା ସଚେତନତା
ସଡ଼କ ସୁରକ୍ଷା ସଚେତନତା

By ETV Bharat Odisha Team

Published : Jan 11, 2024, 5:32 PM IST

ସଡ଼କ ସୁରକ୍ଷା ସଚେତନତା

ପୁରୀ: ଶିଶୁ ସୈନିକଙ୍କ ସଡ଼କ ସୁରକ୍ଷା ପରିବାର ରକ୍ଷା ବାର୍ତ୍ତା । ଜାନୁଆରୀ ୧ ତାରିଖଠାରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ପୁରୀ ଜିଲ୍ଲା ନିମାପଡ଼ା ଗୋପାଳପୁରରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲ ପକ୍ଷରୁ ସଚେତନତା ଶୋଭାଯାତ୍ରା କରାଯାଇଛି ।

ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲ ପରିସରରୁ ବାହାରି ବଳଙ୍ଗା ନିମାପଡ଼ା ରାସ୍ତାରେ ସମସ୍ତ ଶିଶୁ ସୈନିକ ଏକ ସଚେତନତା ଶୋଭାଯାତ୍ରା କରିଥିଲେ । ରାସ୍ତାରେ ଯାଉଥିବା ସମସ୍ତ ଗାଡ଼ିଚାଳକଙ୍କୁ ହେଲମେଟ୍ ପିନ୍ଧିବାକୁ ଅନୁରୋଧ କରିଥିଲେ ଶିଶୁ ସୈନିକ । ମଦ ପାନକରି ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ନହେବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ନ କରିବା ସହ ହେଲମେଟ ପିନ୍ଧିବାକୁ ଅନୁରୋଧ କରିଥିଲେ । ଅନେକ ସମୟରେ ଗାଡ଼ି ଚାଳକ ଟ୍ରାଫିକ ନିୟମ ମାନି ନଥାନ୍ତି । ଯେମିତି କି, ବାଇକ ଚଲାଇବା ବେଳେ ହେଲମେଟ ନପିନ୍ଧିବା, ଚାରି ଚକିଆ ଗାଡ଼ି ଚାଳକ ସିଟବେଲ୍ଟ ନବାନ୍ଧିବା, ମଦ୍ୟ ପାନ କରି ଦ୍ରୁତ ଗତିରେ ଗାଡ଼ି ଚଳାଇବା ଫଳରେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ଗାଡ଼ି ଚାଳକ ଶିଶୁ ସୈନିକଙ୍କ କଥା ମାନିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....କନ୍ଧମାଳରେ ସଡ଼କ ସୁରକ୍ଷା ସପ୍ତାହ: ଯାନବାହନ ଯାଞ୍ଚରୁ ୨ ଲକ୍ଷରୁ ଊର୍ଦ୍ଧ୍ବ ଫାଇନ ଆଦାୟ

ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରି ସଡ଼କ ସୁରକ୍ଷା ନିୟମ ମାନି ନିଜର ବହୁ ମୂଲ୍ୟ ଜୀବନର ସୁରକ୍ଷା ସହିତ ଅନ୍ୟର ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲାରେ ସଡ଼କ ଦୁର୍ଘଟଣl ହାର ସାଙ୍ଗକୁ ଦୁର୍ଘଟଣl ମୃତ୍ୟୁ ହାରକୁ ସର୍ବନିମ୍ନ ସ୍ତରରେ ନିୟନ୍ତ୍ରଣ ରଖିବାକୁ ସମସ୍ତଙ୍କ ପ୍ରୟାସ ଓ ସହଯୋଗ ଅତ୍ୟନ୍ତ ଜରୁରୀ । ସେପଟେ ସପ୍ତାହ ବ୍ୟାପୀ ଜିଲ୍ଲାର ସବୁ ବ୍ଲକରେ ଯାନ ବାହନଗୁଡିକ କଡ଼ା କଡ଼ି ଚେକିଂ ମଧ୍ଯ କରାଯାଇ ସଚେତନତା ସହିତ ଫାଇନ ଆଦାୟ କରାଯାଉଛି l ଏଣିକି ବାଇକ ଆରୋହୀଙ୍କ ପଛରେ ବସିଥିବା ଲୋକଙ୍କ ପାଇଁ ହେଲମେଟ ପିନ୍ଧିବା ବଧ୍ୟତାମୂଳକ କରାଯାଇଛି । ତେବେ ସଡ଼କ ସୁରକ୍ଷା ପାଇଁ ଜିଲ୍ଲାରେ କଡ଼ା ନିୟମାବଳୀ ଜିଲ୍ଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ୦୧-୦୧-୨୦୨୪ରୁ ପାସ ହୋଇ ଲାଗୁ କରଯାଇଛି । ଆଗାମୀ ଦିନରେ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଜିଲ୍ଲାର ସବୁ ଅଞ୍ଚଳରେ କଡ଼ାକଡ଼ି ଭାବେ ଯାନ ବାହନ ଚେକିଂ କରାଯିବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details