ଓଡିଶା

odisha

ETV Bharat / state

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ, ନିମାପଡ଼ାରେ ସଚେତନତା ବାର୍ତ୍ତା ବାଣ୍ଟିଲା ସ୍ବେଚ୍ଛାସେବୀ ସଂଗଠନ - ନୟା ସବେରା ୟୁଥ୍ ଟ୍ରଷ୍ଟ ନିମାପଡ଼ା

Road Safety Awareness Programme In Nimapada: ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଡ଼କ ସୁରକ୍ଷା ପରିବାର ରକ୍ଷା ବାର୍ତ୍ତା ବାଣ୍ଟିଛନ୍ତି ନିମାପଡ଼ା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନୟାସବେରା ୟୁଥ୍ ଟ୍ରଷ୍ଟ । ଅଧିକ ପଢ଼ନ୍ତୁ

ନୟାସବେରା ୟୁଥ୍ ଟ୍ରଷ୍ଟ
ନୟାସବେରା ୟୁଥ୍ ଟ୍ରଷ୍ଟ

By ETV Bharat Odisha Team

Published : Jan 14, 2024, 3:56 PM IST

Updated : Jan 14, 2024, 4:05 PM IST

ନିମାପଡ଼ାରେ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିଲା ସ୍ବେଚ୍ଛାସେବୀ ସଂଗଠନ

ନିମାପଡ଼ା: ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଡ଼କ ସୁରକ୍ଷା ପରିବାର ରକ୍ଷା ବାର୍ତ୍ତା ବାଣ୍ଟିଛନ୍ତି ନିମାପଡ଼ା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନୟାସବେରା ୟୁଥ୍ ଟ୍ରଷ୍ଟ । ନିମାପଡ଼ା ପୋଲିସର ମିଳିତ ସହଯୋଗରେ ପିପିଲି-ନିମାପଡ଼ା ରାସ୍ତାର ଦୋଳବେଦୀଠାରେ ଦୀର୍ଘ ତିନି ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଟ୍ରାଫିକ ନିୟମ ସଚେତନତା କରିଛନ୍ତି ୟୁଥ୍ ଟ୍ରଷ୍ଟର ସଦସ୍ୟ । ଏହି ସଚେତନତା କରିବା ସହ ରାସ୍ତାରେ ଯାଉଥିବା ସମସ୍ତ ଗାଡିଚାଳଙ୍କୁ ହେଲମେଟ୍ ପିନ୍ଧିବାକୁ ଅନୁରୋଧ କରିଛନ୍ତି ।

ତେବେ ନୟାସବେରା ୟୁଥ୍ ଟ୍ରଷ୍ଟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କରାଯିବା ସହ ଯେଉଁ ଗାଡି଼ ଚାଳକମାନେ ହେଲମେଟ ଓ ସିଟ ବେଲ୍ଟ ପିନ୍ଧିଥିଲେ ସେମାନଙ୍କୁ ଗୋଲାପ ଫୁଲ ଓ ଚକଲେଟ ଦେଇ ଧନ୍ୟବାଦ ଦେଇଥିଲେ ଏବଂ ଯେଉଁମାନେ ହେଲମେଟ ପିନ୍ଧି ନଥିଲେ ସେମାନଙ୍କୁ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇ ଅନୁରୋଧ କରିଥିଲେ । ଏହାସହ ମଦ ପିଇ ଡ୍ରାଇଭିଂ ନକରିବା, ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ନହେବା, ଦ୍ରୁତ ଗତିରେ ଗାଡ଼ି ନଚଳାଇବା ଓ ହେଲମେଟ ପିନ୍ଧିବାକୁ ଅନୁରୋଧ କରିଥିଲେ । ତେବେ ଗାଡ଼ି ଚାଳକ ଟ୍ରାଫିକ ନିୟମ ନ ମାନି, ବାଇକ ଚାଳକ ହେଲମେଟ ନ ପିନ୍ଧିବା, ଚାରି ଚକିଆ ଗାଡ଼ି ଚାଳକ ସିଟବେଲ୍ଟ ନ ପିନ୍ଧିବା, ମଦ୍ୟ ପାନ କରି ଦ୍ରୁତ ଗତିରେ ଯିବା ଫଳରେ ଅନେକ ସମୟରେ ଦୁର୍ଘଟଣା ହୋଇ ଚାଳକ ମୃତ୍ୟୁବରଣ କରିଥାନ୍ତି । ଫଳରେ ଦୁର୍ଘଟଣା ଘଟିଥାଏ । ଏହି ଦିଗରେ ସଚେତନାତା କରିବା ପାଇଁ ୟୁଥ୍ ଟ୍ରଷ୍ଟ ସଦସ୍ୟଙ୍କ ସହ ନିମାପଡ଼ା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ, ଆଇଆଇସି ବାମଦେବ ସ୍ବାଇଁ ଓ ନୟା ସବେରାର ସଂପାଦକ ନିର୍ମଳ ପରିଜା, ଜୀବନ ଜ୍ୟୋତି ଶତପଥୀ, ପ୍ରତାପ କୁମାର ସବୁତ, ଶ୍ରଦ୍ଧାଞ୍ଜଳି ଓଝା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଶିଶୁ ସୈନିକଙ୍କ ସଚେତନତା, 'ସଡ଼କ ସୁରକ୍ଷା ପରିବାର ରକ୍ଷା'ର ଦେଲେ ବାର୍ତ୍ତା

ସେହିପରି ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇ ସଡ଼କ ସୁରକ୍ଷା ନିୟମ ମାନି ନିଜର ବହୂ ମୂଲ୍ୟ ଜୀବନର ସୁରକ୍ଷା ସହିତ ଅନ୍ୟର ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଆଯାଇଛି । ଜିଲ୍ଲାରେ ସଡ଼କ ଦୁର୍ଘଟଣା ହାର, ଦୁର୍ଘଟଣl ମୃତ୍ୟୁହାରକୁ ଓଡିଶାର ସର୍ବନିମ୍ନ ସ୍ତରରେ ନିୟନ୍ତ୍ରଣ ରଖିବାକୁ ସମସ୍ତଙ୍କ ପ୍ରୟାସ ଓ ସହଯୋଗ ଅତ୍ୟନ୍ତ ଜରୁରୀ ଥିବା ବେଳେ ସପ୍ତାହେ ବ୍ୟାପୀ ଜିଲ୍ଲାର ସବୁ ବ୍ଲକରେ ଯାନବାହନଗୁଡିକ କଡ଼ାକଡ଼ି ଚେକିଂ କରାଯାଇ ସଚେତନତା ସହିତ ଫାଇନ ଆଦାୟ କରାଯାଉଛି l ଏଣିକି ବାଇକ୍ ଆରୋହୀଙ୍କ ପଛରେ ବସିଥିବା ଲୋକଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଇଟିଭି ଭାରତ, ନିମାପଡ଼ା

Last Updated : Jan 14, 2024, 4:05 PM IST

ABOUT THE AUTHOR

...view details