ଓଡିଶା

odisha

ବନ୍ୟା ପରେ ମରାମତି ହେଲାନି ରାସ୍ତାଘାଟ, ରୋଗୀଙ୍କୁ ଲୁନାରେ ବୋହିଲେ ପରିବାର

By

Published : Sep 17, 2022, 11:47 AM IST

ବନ୍ୟା ପରେ ରାସ୍ତାଘାଟ ଏପର୍ଯ୍ୟନ୍ତ ପ୍ରଶାସନ ମରାମତି କରିନାହିଁ । ଫଳରେ ରାସ୍ତା ଅବ୍ୟବସ୍ଥାକୁ ନେଇ ଲୋକ ମାନେ ନାହଁନଥିବା ଅସୁବିଧା ଭୋଗୁଛନ୍ତି । ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ରୋଗୀଙ୍କୁ ଲୁନାରେ ବୋହିଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

ବନ୍ୟା ପରେ ମରାମତି ହେଉନାହିଁ ରାସ୍ତାଘାଟ, ରୋଗୀଙ୍କୁ ଲୁନାରେ ବୋହିଲେ ପାରିବାର
ବନ୍ୟା ପରେ ମରାମତି ହେଉନାହିଁ ରାସ୍ତାଘାଟ, ରୋଗୀଙ୍କୁ ଲୁନାରେ ବୋହିଲେ ପାରିବାର

ପୁରୀ: ବନ୍ୟା ପରେ କମୁନାହିଁ ପ୍ରଭାବିତଙ୍କ ଦୁର୍ଦ୍ଦଶା । ରାସ୍ତାଘାଟ ମରାମତି ହୋଇ ନଥିବାରୁ ଅସୁସ୍ଥ ବ୍ୟକ୍ତିଙ୍କୁ ଲୁନାରେ ବୋହିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳ କୋଠସାହି ପଞ୍ଚାୟତର ଉପର ଡିହସାହିରେ । ବନ୍ୟା ଯିବା ପରେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ବନ୍ୟା ପରେ ରାସ୍ତାଘାଟ ଏପର୍ଯ୍ୟନ୍ତ ପ୍ରଶାସନ ମରାମତି କରିନାହିଁ । ଫଳରେ ରସ୍ତା ଅବ୍ୟବସ୍ଥାକୁ ନେଇ ଲୋକ ମାନେ ନାହଁନଥିବା ଅସୁବିଧା ଭୋଗୁଛନ୍ତି । ଏହାର କରୁଣ ଚିତ୍ର ପୁରୀ ଜିଲ୍ଲା ପିପିଲିରେ ଦେଖିବାକୁ ମିଳିଛି । ଗାଡ଼ି ଯାତାୟାତ ପାଇଁ ରାସ୍ତା ନଥିବାରୁ ଜଣେ ଅସୁସ୍ଥ ବୃଦ୍ଧଙ୍କୁ ଲୁନାରେ ଚିକିତ୍ସା ପାଇଁ ବୋହି ନେଇଛନ୍ତି ପରିବାର ଲୋକ ।

ରୋଗୀଙ୍କୁ ଲୁନାରେ ବୋହିଲେ ପରିବାର

ପିପିଲି କୋଠସାହି ପଞ୍ଚାୟତର ଉପର ଡିହସାହିରୁ ଏପରି ଏକ ଚିତ୍ର ଆସିଛି । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ପରେ ଘଟଣା ସାମ୍ନାକୁ ଆସିଛି । ନିକଟରେ ଆସିଥିବା ବନ୍ୟାରେ ଉପରସାହିର ବନ୍ଧଟି କ୍ଷତିଗସ୍ତ ହେଇଥିଲା । ଏହି ବନ୍ଧ ରାସ୍ତା ଉପରେ ନିର୍ଭର କରୁଥିବା ୩୦୦ ଗ୍ରାମବାସୀଙ୍କ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର ମରାମତି ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ । ବନ୍ୟା ଅଞ୍ଚଳରେ ଲୋକଙ୍କ ସୁବିଧା ପାଇଁ ରାସ୍ତାଘାଟ ମରାମତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ଥିଲେ ମଧ୍ୟ ପ୍ରଶାସନ କିଭଳି ଏହା ପାଳନ କରୁଛି ଏହାର ବାସ୍ତବ ଚିତ୍ର ଏହି ଭାଇରାଲ ହେଉଥିବା ଭିଡ଼ିଓରୁ ଜଣାପଡ଼ୁଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details