ବ୍ରହ୍ମଗିରି: ଗୋପାଳପୁରରୁ ଦୀଘା ଭାୟା ଚିଲିକା ଦେଇ ଭାରତମାଳା ଯୋଜନାରେ ନିର୍ମାଣ ହେବାକୁ ଥିବା ବ୍ରିଜ ଓ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଇଛି । ଯାହାର ପ୍ରତିବାଦରେ ସାଧାରଣ ନାଗରିକମଞ୍ଚ ପୁରୀ ସାତପଡା ରାଜପଥକୁ ଖଣ୍ଡୁଆଳ ଛକଠାରେ ଅବରୋଧ କରିଛି ।
ଭାରତମାଳା ଯୋଜନା ସ୍ଥଗିତ ନେଇ ରାଜପଥ ଅବରୋଧ - ସାତପଡା ରାଜପଥ ଅବରୋଧ
ଭାରତମାଳା ଯୋଜନା ସ୍ଥଗିତ ନେଇ ସାଧାରଣ ନାଗରିକ ମଞ୍ଚ ପକ୍ଷରୁ ରାଜପଥ ଅବରୋଧ । ପର୍ଯ୍ୟଟକଙ୍କୁ ଫେରାଉଛି ପୋଲିସ । ଅଧିକ ପଢନ୍ତୁ...

ଭାରତମାଳା ଯୋଜନା ସ୍ଥଗିତ ନେଇ ରାଜପଥ ଅବରୋଧ
ଭାରତମାଳା ଯୋଜନା ସ୍ଥଗିତ ନେଇ ରାଜପଥ ଅବରୋଧ
ଭାରତମାଳା ଯୋଜନାରେ ଏହି ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ବ୍ୟୟ ଅଟକଳ କରିଥିବାବେଳେ ରାଜ୍ୟ ସରକାର ଏହାକୁ ସ୍ଥଗିତ କରୁଥିବା ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି । ଅପରପକ୍ଷେ ସାତପଡା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବ୍ରହ୍ମଗିରି ଥାନା ସମ୍ମୁଖରେ ପୋଲିସ ଅଟକାଇ ଫେରାଉଛନ୍ତି । ଯାହାକୁ ନେଇ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ