ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଅଣସରରେ ଚାଲିଛି ଗୁପ୍ତ ନୀତି

ଜ୍ବରରେ ପୀଡିତ ଥିବା ଚତୁର୍ଦ୍ଧାମୂର୍ତ୍ତି ଅଣସରରେ ଥିବାବେଳେ ଗୁପ୍ତନୀତି ଚାଲିଛି । ଅଧିକ ପଢନ୍ତୁ...

By

Published : Jun 27, 2021, 8:55 PM IST

ମହାପ୍ରଭୁଙ୍କ ଅଣସରରେ ଚାଲିଛି ଗୁପ୍ତ ନୀତି
ମହାପ୍ରଭୁଙ୍କ ଅଣସରରେ ଚାଲିଛି ଗୁପ୍ତ ନୀତି

ପୁରୀ: ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡ଼ିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ଉପଚାର । ଦୀପର କ୍ଷୀଣ ଆଲୋକରେ ସେବାରେ ନିୟୋଜିତ ଅଛନ୍ତି ଦଇତାପତି ସେବାୟତ ।

ମହାପ୍ରଭୁଙ୍କ ଅଣସରରେ ଚାଲିଛି ଗୁପ୍ତ ନୀତି

ଅଣସରର ଚତୁର୍ଥ ଦିନରେ ଚାଲିଛି ଗୁପ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ପାଇଁ ଚକଟା ଓ ପଣା ଭୋଗ ଲାଗି କରାଯାଇଛି । ତେବେ ରବିବାର ମହାପ୍ରଭୁଙ୍କ ଅଣସର ଚତୁର୍ଥୀରେ ମହାପ୍ରଭୁଙ୍କ ସପ୍ତାବରଣ ନୀତି ହୋଇଛି । ଶନିବାର ସେନାପଟା ଓ ଓଦା ବସ୍ତ୍ର ଫିଟା ଯାଇଥିଲା । ସୋମବାର ଅଣସର ପହଞ୍ଚି ତିଥିରେ ଫୁଲୁରି ତେଲ ଲାଗି ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ।

ବଡ଼ ଓଡ଼ିଆ ମଠ ପକ୍ଷରୁ ରାଶି ତେଲରେ ସ୍ବତନ୍ତ୍ର ଭାବେ ବିଭିନ୍ନ ଆୟୁର୍ବେଦ ଦ୍ରଵ୍ୟ ପଡି ପ୍ରସ୍ତୁତ ହୋଇଥିବା ଫୁଲୁରି ତେଲ ଅଣସର ପଞ୍ଚମୀରେ ସୋମବାର ଦିନ ଲାଗି ହେବ। ଏହି ସ୍ବତନ୍ତ୍ର ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମର୍ଦ୍ଦନ ଦ୍ବାର ମହାପ୍ରଭୁ ଜ୍ବର ପୀଡା ଉପଶମ ହୋଇଥାଏ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details