ପୁରୀ:ଆଜି ମହାଶିବରାତ୍ରି । ଏ ନେଇ ଚାରିଆଡ଼େ ଦେଖିବାକୁ ମିଳିଛି ଭକ୍ତିର ମାହୋଲ । ସଭିଏଁ ଶିବଶମ୍ଭୁଙ୍କୁ ଭକ୍ତିର ସହିତ ଆରାଧନା କରିଛନ୍ତି । ତେବେ ଏହି ଅବସରରେ ପୁରୀର ଛାତ୍ର ଆୟୁଷ ମହାପାତ୍ର ରାଜ୍ୟବାସୀଙ୍କୁ ଏକ ସୁନ୍ଦର ଚିତ୍ରକଳା ମାଧ୍ୟମରେ ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି । ଆୟୁଷ ଓଡ଼ିଶାର ରିଭର୍ସ ସ୍ପିଡ୍ ପେଣ୍ଟର ଭାବେ ବେଶ ପରିଚିତ । ଆୟୁଷ ମାତ୍ର ୭ମିନିଟରେ ଭଗବାନ ଶିବଙ୍କ ଏକ ଓଲଟା ପେଣ୍ଟିଂ କରିଥିବା ଦେଖିବାକୁ ମିଳିଛି । ନିଜ ପେଣ୍ଟିଂ ମାଧ୍ୟମରେ ସେ ଯୁବପିଢି ମନୋରଞ୍ଜନ କରାଇବା ଲାଗି ଏହି ପ୍ରୟାସ କରିଥିବା କହିଛନ୍ତି ।
ଆୟୁଷ ନିଜ ପେଣ୍ଟିଂରେ ମହାଦେବଙ୍କ ଚିତ୍ର ଆଙ୍କିଛନ୍ତି । ଏହି ପେଣ୍ଟିଂକୁ ଆୟୁଷ ମାତ୍ର ୭ ମିନିଟରେ ଓଲଟା କରି ଆଙ୍କିଛନ୍ତି । ଓଲଟା ପେଣ୍ଟିଂ କରିଥିଲେ ମଧ୍ୟ ଏହା ଖୁବ ସୁନ୍ଦର ହୋଇଛି । ଏହିଭଳି ପେଣ୍ଟିଂକୁ ନେଇ ସବୁ ମହଲରେ ମଧ୍ୟ ପ୍ରସଂସା କରାଯାଇଛି। କିଛି ନିଆରା କରିବାକୁ ଯାଇ ଓଲଟା ପେଣ୍ଟିଂ କରି ଆୟୁଷ ବେଶ ପ୍ରଶଂସା ସାଉଣ୍ଟିଛନ୍ତି । ଏନେଇ ସେ କହିଛନ୍ତି, "ମୋର ପେଣ୍ଟିଂ ଦ୍ବାରା କିଭଳି ଯୁବପିଢୀ ଏବଂ ଶିଶୁମାନଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚିବ ଓ ଯୁବପିଢୀମାନେ କିଭଳି ମୋର ଏହି ପେଣ୍ଟିଂ ଦ୍ବାରା ମନୋରଞ୍ଜନ ହୋଇପାରିବେ ଏହା ମୋର ପ୍ରୟାସ ଥିଲା ।"
ଏହା ବି ପଢନ୍ତୁ- ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ହର ହର ମହାଦେବରେ କମ୍ପୁଛି ଶୈବପୀଠ