ଓଡିଶା

odisha

ETV Bharat / state

ବିନା ସୂଚନାରେ ଉଚ୍ଛେଦ ନିର୍ଦ୍ଦେଶ, ବଡଦାଣ୍ଡ ବ୍ୟବସାୟୀଙ୍କ ବିରୋଧ - ଶ୍ରୀମନ୍ଦିରରୁ 75 ମିଟର ଭିତରେ ଉଛେଦ ପ୍ରକ୍ରିୟା

ପୁରୀରେ ଉଚ୍ଛେଦକୁ ନେଇ ପୁଣି ସମସ୍ୟା । ହଠାତ ଉଚ୍ଛେଦ ନିର୍ଦ୍ଦେଶକୁ ବଡଦାଣ୍ଡ ବ୍ୟବସାୟୀଙ୍କ ବିରୋଧ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 26, 2019, 12:27 PM IST

ପୁରୀ: ଶ୍ରୀମନ୍ଦିରରୁ 75 ମିଟର ଭିତରେ ଉଚ୍ଛେଦ ପ୍ରକ୍ରିୟା ନେଇ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ଶ୍ରୀମନ୍ଦିର ନିକଟରେ ଥିବା ଲାଙ୍ଗୁଳି ମଠ, ବଡ ଅଖଡା ମଠ ଓ ଏମାର ମଠ ଭଙ୍ଗାଯାଇଛି । ଏହାସହ ଏହି ମଠରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ହଟିବା ପାଇଁ ପୋଲିସ ନିର୍ଦ୍ଦେଶ ଦେଇଛି ।

ଯାହାକୁ ନେଇ ଦେଖାଦେଇଛି ତୀବ୍ର ପ୍ରତିକ୍ରିୟା । ବିନା ସୂଚନାରେ ପ୍ରଶାସନର ଏପରି ନିର୍ଦ୍ଦେଶକୁ ବ୍ୟବସାୟୀ ବିରୋଧ କରିଛନ୍ତି । କୌଣସି ପୂର୍ବ ସୂଚନା ନଥାଇ, ଆଲୋଚନା ତଥା ଥଇଥାନ ନକରି ପ୍ରଶାସନର ଉଚ୍ଛେଦ ନିଷ୍ପତ୍ତିକୁ ବ୍ୟବସାୟୀ ଦୃଢ ସମାଲୋଚନା କରିଛନ୍ତି । ଏଥିରେ ସେମାନଙ୍କ ଜୀବନ ଜୀବିକା ଉଜୁଡି ଯିବା ସହ ସରକାର ମୃତ୍ୟୁମୁଖକୁ ଠେଲି ଦେଇଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି । ଏପରିକି ବର୍ଷା ହେଉଥିବାବେଳେ ରାତିଅଧରେ ପ୍ରଶାସନ ଛାଡିବାକୁ ନିର୍ଦ୍ଦେଶ ଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସରକାର ପ୍ରଥମେ ଥଇଥାନ ସମେତ କ୍ଷତିପୂରଣ ଦେବେ ବୋଲି କହିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଟିଭି ମାଧ୍ୟମରେ ଜଗନ୍ନାଥଙ୍କ ଲାଗି ତ୍ୟାଗ କରିବାକୁ ଅନୁରୋଧ କରିଥିଲେ । ମାତ୍ର ହଠାତ କୌଣସି ବ୍ୟବସ୍ଥା ନହୋଇ ଉଚ୍ଛେଦକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ବ୍ୟବସାୟୀ । କାଳିଆ ଲାଗି ତ୍ୟାଗ କରିବାକୁ ପ୍ରସ୍ତୁତ ହେଲେ ପେଟକୁ ମାରି କଣ ତ୍ୟାଗ କରିବୁ ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି । ହଠାତ କୁଆଡେ ଜିନିଷପତ୍ର ନେଇ ଯିବୁ ବୋଲି ଅଭିଯୋଗ କରିଛନ୍ତି ବ୍ୟବସାୟୀ ।

ତେବେ ଉଚ୍ଛେଦ ପ୍ରକ୍ରିୟା ବିଷୟରେ କିନ୍ତୁ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇନାହାଁନ୍ତି । ଆଜି ଉଚ୍ଛେଦ ପ୍ରକ୍ରିୟା ହେବା ନେଇ ସୂଚନା ଥିବାବେଳେ ଏବେ ବ୍ୟବସାୟୀଙ୍କ ବିରୋଧ ପରେ ଏହାକୁ ନେଇ ଅସ୍ପଷ୍ଟତା ଲାଗି ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details